ସହିଦନଗରରେ ଓପିଟିସିଏଲର ନୂଆ ଅଫିସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଓପିଟିସିଏଲର ନୂଆ ଟାଓ୍ବାର ଉଦଘାଟନ ହୋଇଛି । ସହିଦନଗରରେ ନୂଆ ଅଫିସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୫ କୋଟି ଖର୍ଚ୍ଚରେ ନିର୍ମାଣ ହୋଇଛି ବହୁତଳ ଟେକ୍ ଟାଓ୍ବାର । ଓପିଟିସିଏଲର କର୍ପୋରେଟ ଅଫିସ ଭାବେ କାର୍ଯ୍ୟ କରିବ। ବିଲଡିଂରେ ବିଜୁଳି ସଞ୍ଚୟ ଟେକ୍ନୋଲୋଜି ରହିଛି । ଲୋକଙ୍କୁ ଶକ୍ତି ଯୋଗାଣ କ୍ଷେତ୍ରରେ ବଡ଼ ଭୂମିକା ନିର୍ବାହ କରେ । ଏହି ଅବସରରେ ଓପିଟିସିଏଲର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨ ହଜାର ମସିହାରେ ୧୦ ଲକ୍ଷ ଉପଭକ୍ତା ଥିବା ବେଳେ ୯୭ ଲକ୍ଷ ଗ୍ରାହକ ଯୋଡିହେଲେଣି । ପୂର୍ବରୁ ୮୦ଟି ଗ୍ରୀଡ ଥିବା ବେଳେ ୧୯୪ଟି ଗ୍ରୀଡ ଷ୍ଟେସନ ହୋଇଛି  । ଆଗକୁ ଆହୁରି ସୁଗମ ହେବ ସେବା । ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଓପିଟିସିଏଲ ନିଜର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ ।