ବିଶ୍ୱ ଦକ୍ଷତା କେନ୍ଦ୍ର ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମଞ୍ଚେଶ୍ୱରରେ ଉଦଘାଟିତ ହୋଇଛି ବିଶ୍ୱ ଦକ୍ଷତା କେନ୍ଦ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ୧ ହଜାର ୩୪୨ କୋଟି ଟଙ୍କା ଅନୁଦାନରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ସିଙ୍ଗାପୁର, ୱାର୍ଲ୍ଡ ସ୍କିଲ ରୁଷିଆ, ଗ୍ଲୋବଲ ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫର ସ୍କିଲ୍ସ, ଦକ୍ଷିଣ କୋରିଆ ମଡେଲ ଅନୁଯାୟୀ ପ୍ରତିଷ୍ଠା ହୋଇଛି । ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏସୀୟ ବିକାଶ ବ୍ୟାଙ୍କ ସହାୟତାରେ ଏହା ପ୍ରତିଷ୍ଠା ହୋଇଛି।
ଆଇଟିଇ ଏଜୁକେସନ ସର୍ଭିସେସ ସିଙ୍ଗାପୁର ଏହାର ନଲେଜ ପାର୍ଟନର ରହିଛି। ୱାର୍ଲ୍ଡ ସ୍କିଲ ପ୍ରତିଯୋଗିତା ପାଇଁ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ ଏହି କେନ୍ଦ୍ର। ପୁନଃ ସ୍କିଲିଂ ଏବଂ ଅପ ସ୍କିଲିଂ ବ୍ୟତୀତ ଆଇଟିଆଇ ପଲିଟେକ୍ନିକ ଛାତ୍ରଛାତ୍ରୀ ଙ୍କ ପାଇଁ ମଡୁଲାର ପାଠ୍ୟକ୍ରମ ପ୍ରଦାନ କରାଯିବ। ଓଡ଼ିଶାରେ ଶିଳ୍ପ ସଂସ୍ଥା ଗୁଡିକ ପାଇଁ ଏହି କେନ୍ଦ୍ର ସେଣ୍ଟର ଫର ଇଣ୍ଡଷ୍ଟ୍ରି ପାର୍ଟନରସିପ ଭାବେ କାର୍ଯ୍ୟ କରିବ।
ରାଜ୍ୟରେ ପ୍ରଥମ କରି କେବଳ ଏହି କେନ୍ଦ୍ରରେ ରେଫ୍ରିଜରେସନ ଆଣ୍ଡ ଏୟାରକଣ୍ଡିସନର, ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ସର୍ଭିସେସ, ଭର୍ଟିକାଲ ଟ୍ରାନ୍ସପୋର୍ଟ, ପ୍ରେସିସନ ଇଞ୍ଜିନିୟରିଂ, ମେକାଟ୍ରୋନିକ୍ସ୍ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ସହିତ ଫେସନ ଏବଂ ଡିଜାଇନ, ସୌନ୍ଦର୍ଯ୍ୟ ଓ ସୁସ୍ଥତା ଭଳି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଉପସ୍ଥିତ ଥିଲେ।
ଗତ ୫ବର୍ଷ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ିଛି । ଯୁବଗୋଷ୍ଠୀ ପାଇଁ ଯେକୌଣସି ସ୍ଥାନର ପ୍ରତିଯୋଗୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ନୂଆ ଉପାୟ ସୃଷ୍ଟି ହୋଇଛି । ଭୁବନେଶ୍ବରରେ ବିଶ୍ବସ୍ତରୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ, ବିଶ୍ବ ଦକ୍ଷତା କେନ୍ଦ୍ର ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଯୁବଗୋଷ୍ଠୀଙ୍କ ଆଶା ଆକାଂକ୍ଷା ପୂରଣ ସହ ସେମାନଙ୍କୁ ସର୍ବଭାରତୀୟ ସ୍ତରରେ ନିଯୁକ୍ତି ସୁଯୋଗ ଦେବାକୁ ଲକ୍ଷ୍ୟ ରହିଛି। ଯୁବପିଢ଼ିଙ୍କ ପାଇଁ ଭିତ୍ତିଭୂମି ଓ ଭବିଷ୍ୟତ ପ୍ରସ୍ତୁତ କରିବାକୁ ଯାନ୍ତ୍ରିକ କୌଶଳ ସୃଷ୍ଟି କରି ବିପୁଳ ବିନିଯୋଗ କରାଯିବ ବୋଲି କହିଛନ୍ତି ନବୀନ ।
ଓ୍ବାର୍ଲଡ ସ୍କିଲ୍ ସେଣ୍ଟର ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରି ବିଶ୍ବସ୍ତରରେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବ । ୧୩୪୨ ଦଶମିକ ୨ କୋଟି ଟଙ୍କାର ବଜେଟ୍ରେ ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଇନଷ୍ଟିଚ୍ୟୁଟ ଅଫ ଟେକନିକାଲ ଏଜୁକେସନ ସିଙ୍ଗାପୁର, ୱାର୍ଲ୍ଡ ସ୍କିଲ ରୁଷ୍, ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଫର ସ୍କିଲ୍ସ, ଦକ୍ଷିଣ କୋରିଆ ମଡେଲ ଅନୁଯାୟୀ ପ୍ରତିଷ୍ଠା ହୋଇଛି ଏହି କେନ୍ଦ୍ର। ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏସୀୟ ବିକାଶ ବ୍ୟାଙ୍କ ସହାୟତାରେ ଏହା ପ୍ରତିଷ୍ଠା ହୋଇଛି। ଆଇଟିଇ ଏଜୁକେସନ ସର୍ଭିସେସ ସିଙ୍ଗାପୁର ଏହାର ନଲେଜ ପାର୍ଟନର ରହିଛି। ଏହା ଆଇଟିଆଇ ଓ ପଲିଟେକନିକ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବୟଂ ସଂପୂର୍ଣ୍ଣ ଅନୁଷ୍ଠାନ ଭାବେ ପରିଗଣିତ ହେବ । ଆଇଟିଆଇ ଓ ପଲିଟେକ୍ନିକ୍ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହା ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବ ।
ଓଡ଼ିଶାରେ ଶିଳ୍ପ ସଂସ୍ଥାଗୁଡିକ ପାଇଁ ଏହା ହେବ ସେଣ୍ଟର ଫର ଇଣ୍ଡଷ୍ଟ୍ରି ପାର୍ଟନରସିପ । ରାଜ୍ୟରେ ପ୍ରଥମ କରି କେବଳ ଏହି କେନ୍ଦ୍ରରେ ରେଫ୍ରିଜରେସନ ଆଣ୍ଡ ଏୟାରକଣ୍ଡିସନର, ମେକାନିକାଲ, ଇଲେକ୍ଟ୍ରିକାଲ ସର୍ଭିସେସ, ଭର୍ଟିକାଲ ଟ୍ରାନ୍ସପୋର୍ଟ, ପ୍ରେସିସନ ଇଞ୍ଜିନିୟରିଂ, ମେକାଟ୍ରୋନିକ୍ସ୍ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ସହିତ ଫ୍ୟାସନ, ଡିଜାଇନ, ସୌନ୍ଦର୍ଯ୍ୟ ଓ ସ୍ବାସ୍ଥ୍ୟ ଭଳି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି।