୨୨ଟି ବୃହତ ଶିଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

1 min read
CM Naveen Inaugurated And Lay Stone Foundation For 22 Industry

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପକୁ ପ୍ରୋତ୍ସାହନ । ୨୨ଟି ବୃହତ ଶିଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୧୩ ହଜାର ୩୧୧କୋଟି ୫୩ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ହେବ । ୧୭ଟି ଶିଳ୍ପର ଶିଳାନ୍ୟାସ ସହ ୫ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏସବୁ ପ୍ରକଳ୍ପ ଦ୍ୱାରା ସୃଷ୍ଟି ହେବ ୧୦ହଜାର ୬୭୭ ନିଯୁକ୍ତି ସୁଯୋଗ । ଧାତବ, ପର୍ଯ୍ୟଟନ, ବୟନ, ସିମେଣ୍ଟ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଏଥିରେ ଗୁରୁତ୍ୱ ଦିଆଯାଇଛି । ଏହି ଅବସରରେ ଓଡ଼ିଶା ଉତ୍ପାଦନ ଶିଳ୍ପର ହବ୍‌ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୋ ସରକାର ଓ 5T ଅଧୀନରେ ଶିଳ୍ପାୟନ ପ୍ରକ୍ରିୟାକୁ ସୁଗମ କରାଯିବ ।

ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶିଳ୍ପାନୁଷ୍ଠାନକୁ ଅନୁମତି ମିଳିବ । ଏଥିପାଇଁ ଆରମ୍ଭ ହୋଇଛି ଗୋ ପ୍ଲସ ମୋବାଇଲ ସେବା । ସେହିଭଳି MSME କ୍ଷେତ୍ର ପାଇଁ ସୃଷ୍ଟି ହୋଇଛି ଲ୍ୟାଣ୍ଡ ବ୍ୟାଙ୍କ ସୁବିଧା । ଏବେ ସୁଦ୍ଧା ୧ଲକ୍ଷ ଏକର ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି ହୋଇଛି । ଶିଳ୍ପାୟନ ପାଇଁ ଚୌଦ୍ୱାରରେ ଆଜି ଉଦଘାଟିତ ହୋଇଛି ଲଜିଷ୍ଟିକ୍ ପାର୍କ । ଲାଇଫଲାଇନ୍ ପକ୍ଷରୁ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଛି ପଞ୍ଚ ତାରକା ହୋଟେଲ । ଆଜି ମୁଖ୍ୟମନ୍ତ୍ରୀ ସମ୍ପ୍ରସାରିତ ଶ୍ୟାମ ମେଟାଲିକ୍ସର ପେଲେଟ ପ୍ଲାଣ୍ଟ ମଧ୍ୟ ଉଦଘାଟନ କରିଛନ୍ତି । ସେହିପରି ଝାରସୁଗୁଡାରେ ଉଦଘାଟିତ ହୋଇଛି ୱାଟରପାର୍କ ଏବଂ ରମ୍ଭାରେ ପ୍ଲାଷ୍ଟିକ ବର୍ଜ୍ୟ ପ୍ରକ୍ରିୟାକରଣ ପାର୍କ ଉଦଘାଟିତ ହୋଇଛି ।

Leave a Reply