ନବୀନଙ୍କ ନାଁରେ ନାହିଁ ଅପରାଧିକ ମାମଲା, ରିପୋର୍ଟ ପ୍ରକାଶ କଲା ADR

ଭୁବନେଶ୍ବର: ପୁଣି ନବୀନ ସାଜିଲେ ରୋଲ୍ ମଡେଲ । ନବୀନ ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଯାହାଙ୍କ ନାଁର ନାହିଁ କୌଣସି ଅପରାଧିକ ମାମଲା । ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏଡିଆର ରିପୋର୍ଟ ପ୍ରକାଶ ପାଇଛି । ସାରା ଦେଶରେ ନବୀନ ସ୍ବଚ୍ଛ ଓ ନିର୍ମଳ ଶାସନ ପାଇଁ ପରିଚିତ । ଶୂନ୍ୟ ସହନଶୀଳତାକୁ ସବୁଠି ଗୁରୁତ୍ୱ ଦିଅନ୍ତି । ନିଜ ଦଳ ନେତାଙ୍କୁ ମଧ୍ୟ ଛାଡନ୍ତି ନାହିଁ ।

ରାଜନେତା ଭାବେ ଅନ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରେରଣାଦାୟକ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।