ମୁଲାୟମଙ୍କ ପରଲୋକରେ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
1 min readଭୁବନେଶ୍ୱର: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ବରିଷ୍ଠ ରାଜନେତା ମୁଲାୟମ ସିଂ ଯାଦବଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ସକାଳ ୮ ଟା ୧୬ ମିନିଟରେ ଗୁରୁଗ୍ରାମର ବେଦାନ୍ତ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ମୃତ୍ୟୁରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।
Deeply saddened to know about the passing away of former UP CM & @samajwadiparty founder #MulayamSinghYadav. The socialist leader will always be remembered for his contribution to uplift the downtrodden. My thoughts & prayers are with the bereaved family & supporters. Om Shanti.
— Naveen Patnaik (@Naveen_Odisha) October 10, 2022
ସେହିପରି ମୁଲାୟମ ସିଂ ଯାଦବଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ନବୀନ ଲେଖିଛନ୍ତି, ”ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ଖବର ଶୁଣି ମୁଁ ଗଭୀର ମର୍ମାହତ ହୋଇଛି । କୁପ୍ରଥାକୁ ଉଚ୍ଛେଦ କ୍ଷେତ୍ରରେ ସମାଜିକ ନେତା ମୁଲାୟମଙ୍କ ଯୋଗଦାନ ସବୁବେଲେ ମନେରହିବ । ଶୋକସନ୍ତପ ପରିବାର ଏବଂ ସମର୍ଥକଙ୍କୁ ମୋର ସମବେଦନା । ଓମ୍ ଶାନ୍ତି । ”