ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା: ରେଳ ଚଳାଚଳଠାରୁ ପ୍ରବେଶିକା ପରୀକ୍ଷା ପ୍ରସଙ୍ଗ ଉଠାଇଲେ ମୁଖ୍ୟମନ୍ତ୍ରୀ

1 min read
CM Naveen Discuss With PM Modi In Various Topic
Modi-Naveen

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆର ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ତିନୋଟି ମୁଖ୍ୟ ପ୍ରସଙ୍ଗ ଉଠାଇଛନ୍ତି । ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟସ୍ତରର ପ୍ରବେଶିକା ପରୀକ୍ଷା ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ରଖିଥିଲେ । ରାଜ୍ୟସ୍ତରରେ ଯୁକ୍ତ୨ ପରୀକ୍ଷା ହେବା ପରେ ହିଁ NEET, JEE ଭଳି ଜାତୀୟ ସ୍ତରରେ ପ୍ରବେଶିକା ପରୀକ୍ଷା ହେଉ ବୋଲି ସେ କହିଥିଲେ ।

ସେହିଭଳି ଉପସାଗରୀୟ ରାଷ୍ଟ୍ରରେ ଅଟକି ରହିଥିବା ଓଡ଼ିଆଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାରଣ ଉପସାଗରୀୟ ରାଷ୍ଟ୍ରରେ ଅଟକି ରହିଥିବା ଓଡ଼ିଆଙ୍କ ମଧ୍ୟରୁ ଅଧିକାଂଶ ସେଠାରେ କମ ଦରମାରେ କାମ କରିଥାନ୍ତି ।

ସେହିଭଳି ଜୁନ ମାସରେ ମୌସୁମୀ ବର୍ଷା ଆରମ୍ଭ ହେଉଥିବା ବେଳେ ଅଧିକ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି ତେଣୁ ବର୍ତ୍ତମାନ ପାଇଁ ଭାରତ ସରକାର ଓଡ଼ିଶାକୁ ରେଳ ଚଳାଚଳ ଓ ବିମାନ ସେବା ଉପରେ ପୂର୍ବଭଳି ପ୍ରତିବନ୍ଧକ ଜାରି ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Leave a Reply