ବ୍ରହ୍ମଗିରିରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୩ ଶହ ଶଯ୍ୟା ବିଶିଷ୍ଟ ହେବ ପୁରୀ ଜିଲ୍ଲା ହସ୍ପିଟାଲ

ବ୍ରହ୍ମଗିରି: ପୁରୀ ଜିଲ୍ଲାରେ ଆରମ୍ଭ ହେଲା ବିଏସକେୱାଇ କାର୍ଡ ବଣ୍ଟନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମଗିରିରୁ ପୁରୀ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି । ବ୍ରହ୍ମଗିରିରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ବିଏସକେୱାଇ ଦ୍ୱାରା ଜିଲ୍ଲାର ୩ ଲକ୍ଷ ୬୪ ହଜାର ପରିବାର ଉପକୃତ ହେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୦୦୬ କୋଟି ୮୨ ଲକ୍ଷ ଟଙ୍କାର ଅନେକ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

CM Naveen Announces To Increase Beds In Puri District Hospital

ପୁରୀ ମହାପ୍ରଭୁଙ୍କ ପବିତ୍ର ଧାମ । ଧାମର ବିକାଶ ଆମର ଦାୟିତ୍ୱ । ନିକଟରେ ସରକାର ପୁରୀ ସହରରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଲୋକମାନେ ଏବେ ଟ୍ୟାପରୁ ଆଇଏସଓ ଗୁଣବତ୍ତା ମାନର ପାଣି ପାଉଛନ୍ତି । ଏଭଳି ସୁବିଧା ପାଇବାରେ ପୁରୀ ସାରା ଦେଶରେ ପ୍ରଥମ । ଲଣ୍ଡନ, ନ୍ୟୁୟର୍କ ଓ ଟୋକିଓ ସହର ଭଳି ପୁରୀ ବାସୀ ସୁବିଧା ପାଉଛନ୍ତି ।

CM Naveen Announces To Increase Beds In Puri District Hospital

ଭଲ ପିଇବା ପାଣି ବ୍ରହ୍ମଗିରି ଅଞ୍ଚଳର ସମସ୍ୟା । ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ପାଇଁ ୩୪୩ କୋଟି ଟଙ୍କାର ୨ଟି ମେଗା ପାଇପ୍ ପାଣି ପ୍ରକଳ୍ପ କାର୍ଯ୍ୟ ଚାଲିଛି । ୨ ବ୍ଲକର ୧୯୧ଟି ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିବ । ୩୫ କୋଟି ଟଙ୍କାରେ ପୁରୀ ଜିଲ୍ଲା ହସ୍ପିଟାଲକୁ ୩ ଶହ ଶଯ୍ୟା ବିଶିଷ୍ଟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୋଭିଡ୍ ଚିକିତ୍ସା ସହ ଟେଷ୍ଟିଂକୁ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେଉଛନ୍ତି ।

CM Naveen Announces To Increase Beds In Puri District Hospital

ଦେଶରେ ଏକମାତ୍ର ରାଜ୍ୟଭାବେ ଓଡ଼ିଶା ଏଭଳି ପଦକ୍ଷେପ ନେଇଛି । ରାଜ୍ୟର ୯୬ ଲକ୍ଷ ପରିବାର ବିଏସକେୱାଇ କାର୍ଡ ପାଇବେ । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷାର ସମସ୍ତ ହିତାଧିକାରୀ ଏହି ସୁବିଧା ପାଇବେ । ରାଜ୍ୟର ସାଢ଼େ ୩ କୋଟି ଲୋକ ଉପକୃତ ହେବେ । ନୂଆ ବ୍ୟବସ୍ଥାରେ ହସ୍ପିଟାଲରେ କୌଣସି ଡକ୍ୟୁମେଣ୍ଟ ଦରକାର ନାହିଁ । ଦେଶର ୨ଶହରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଏହି କାର୍ଡ ଜରିଆରେ ଚିକିତ୍ସିତ ହୋଇପାରିବେ ।

CM Naveen Announces To Increase Beds In Puri District Hospital

ପରିବାରର ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ମିଳିବ । ଚିକିତ୍ସା ପାଇଁ କିଏ ଜମି ବିକେ ତ କିଏ ସୁନା ବିକେ । କେହି କେହି ଋଣ କରିବା ସହ ପିଲାଙ୍କ ପାଠପଢ଼ା ବନ୍ଦ କରି ଦେଇଥାନ୍ତେ । ଏକଥା ଶୁଣିଲେ ମୋତେ ଦୁଃଖ ଲାଗେ । ସ୍ମାର୍ଟ କାର୍ଡ ଆପଣଙ୍କ ଏହି ସମସ୍ୟା ଦୂର କରିବ । ଚିକିତ୍ସା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି, ଆପଣ ସଞ୍ଚୟ କରିପାରିବେ । ସରକାରୀ ମେଡିକାଲରେ ଡାଏଲେସିସ୍, କେମୋ ଥେରାପି, ସିଟି ସ୍କାନ୍, ଏମଆରଆଇ ସୁବିଧା ମାଗଣାରେ ଉପଲବ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ମାଲକାନଗିର, ସୁନ୍ଦରଗଡ଼, ବଲାଙ୍ଗିର, ଗଜପତି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

Leave a Reply