ଓଡ଼ିଆ ସହିଦ ସରୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା ଓଡ଼ିଆ ସହିଦ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର । ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ୨୩ ଜଣ ଯବାନ ଭାସି ଯାଇଥିଲେ । ଓଡ଼ିଆ ଯବାନ ସରୋଜ ଦାସ ମଧ୍ୟ ଭାସି ଯାଇଥିଲେ। ତାଙ୍କ ମର ଶରୀରକୁ ଉଦ୍ଧାର କରାଯାଇ ଥିବାବେଳେ ଭୁବନେଶ୍ବରରେ ପାର୍ଥିବ ଶରୀର ପହଞ୍ଚିଛି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିମାନ ବନ୍ଦରରେ ସହିଦ ଯବାନ ସରୋଜଙ୍କୁ ଭୁବନେଶ୍ବର ବିମାନ ବନ୍ଦର ପରିସରରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିବାବେଳେ ବଡ଼ ଭାଇ ମଧ୍ୟ ଉପସ୍ଥିତ ଥିଲେ । ପୈତୃକ ଗାଁ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢ଼ିପ ଗାଁ ଅଭିମୁଖେ ବାହାରିଛି ପାର୍ଥିବ ଶରୀର ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ପରେ ସ୍ୱତନ୍ତ୍ର କରିଡରରେ ଢେଙ୍କାନାଳ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ପ୍ରାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ କେନ୍ଦୁଢିପ ଗାଁକୁ ଯିବ । ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ।