ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ଶକ୍ତି ବିଭାଗର ଅନଲାଇନ ସେବା

1 min read

ଭୁବନେଶ୍ୱର: ଶକ୍ତି ବିଭାଗର ଅନଲାଇନ ସେବାର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଲାଇନ ସେବାର ଶୁଭାରମ୍ଭ କରିଛନ୍ତି । 5T କାର୍ଯ୍ୟକ୍ରମ ଅଧିନରେ ୯ଟି ସେବା ଅନଲାଇନରେ ଉପଲବ୍ଧ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସବୁ କ୍ଷେତ୍ରରେ ରୂପାନ୍ତରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଅନଲାଇନ ସେବା ଦ୍ୱାରା ଶିଳ୍ପାନୁଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଉପକୃତ ହେବେ । ଡିଜିଟାଲ ରୂପାନ୍ତରଣରେ ଲୋକଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଅନଲାଇନ ସେବାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସାଧାରଣ ଲୋକଙ୍କ ହାତପାହାନ୍ତାରେ ପହଞ୍ଚିପାରିବ ସେବା ।

ଏଣିକି ଅନଲାଇନରେ ବୈଦ୍ୟୁତିକ ଲାଇସେନ୍ସ ଆବେଦନ ଓ ନବୀକରଣ କରାଯିବ । ସେହିପରି ଇଲେକ୍ଟ୍ରିକାଲ ଡ୍ରଇଁକୁ ଅନୁମତି , ଜରୁରୀକାଳୀନ ଅନୁଧ୍ୟାନ ରିପୋର୍ଟ , ସ୍ବଲ୍ପକାଳୀନ ଲାଇସେନ୍ନ ପ୍ରଦାନ ଆଦି ବ୍ୟବସ୍ଥା ଅନଲାଇନ ଯୋଗେ ହୋଇପାରିବ । କାର୍ଯ୍ୟକ୍ରମରେ ସାମିଲ ହୋଇ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶକ୍ତି ବିଭାଗର ବିଭିନ୍ନ ଯୋଜନା ଓ ଉପଲବ୍ଧି ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ୫ଟି ସଚିବ ଭି.କେ ପାଣ୍ଡିଆନ ପରିଚାଳନା କରିଥିବା ବେଳେ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି. କେ ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply