ଜମି ଦଲାଲ୍ ସାବଧାନ ! ଆକାଶରୁ ନଜର ରଖିଛି ଉପଗ୍ରହ

1 min read
CM Launched Bhubaneswar Land use Intelligence System

ଭୁବନେଶ୍ୱର: 5T ସମଗ୍ର ଦେଶରେ ଓଡ଼ିଶାକୁ ଏକ ଆଦର୍ଶ ରାଜ୍ୟରେ ପରିଣତ କରିଛି । ଏଥିରେ ୧୦୫ରୁ ଅଧିକ ସେବା ଅନଲାଇନରେ ମିଳୁଛି । ଗୃହ ଓ ସାଧାରଣ ପ୍ରଶାସନର ବିଭାଗର ଉଦ୍ୟମକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ପ୍ରଶଂସା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ପାଇଁ ୮ଟି ବୈଷୟିକ ସମାଧାନର ଶୁଭାରମ୍ଭ କରିଛନ୍ତି ।

ରାଜଧାନୀରେ ଥିବା ସରକାରୀ ଜମି ଉପରେ ନଜର ରଖିବା ପାଇଁ ସାଧାରଣ ପ୍ରଶାସନ ବିଭାଗର BLUISକୁ ମୁଖ୍ୟମନ୍ତ୍ରୀ ଲଞ୍ଚ୍ କରିଛନ୍ତି । ସ୍ପେଶ୍ ଟେକ୍ନୋଲୋଜି ବ୍ୟବହାର କରି ସରକାରୀ ଜମି ଜଗିବାରେ ଦେଶର ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା । BLUIS ମାଧ୍ୟମରେ ଜମିର ପରିବର୍ତ୍ତନ ଉପରେ ନଜର ରଖିହେବ । ଏହାକୁ ସାଧାରଣ ଲୋକ ବି ବ୍ୟବହାର କରି ଅଧିକାରୀଙ୍କୁ ଅବଗତ କରାଇ ପାରିବେ ।

ସେହିପରି ଭିଜିଟର ପାସ୍ ମ୍ୟାନେଜମେଣ୍ଟ ପାଇଁ ଇ-ପ୍ରବେଶ ବ୍ୟବସ୍ଥାର ଆରମ୍ଭ କରାଯାଇଛି । ଲୋକସେବା, ରାଜୀବ ଭବନ ଓ ଖାରବେଳ ଭବନକୁ ଯିବା ପାଇଁ ଇ-ପ୍ରବେଶ ୱେବ୍ ଓ ମୋବାଇଲ୍ ଆପ୍ ମାଧ୍ୟମରେ ପାସ୍ ନେବାକୁ ହେବ । ଇ-ପ୍ରବେଶରେ ଭ୍ରମଣକାରୀଙ୍କ ଫଟୋ ଓ ତଥ୍ୟ ରହିବ । ସୁରକ୍ଷା ପାଇଁ ଏଥିରେ କ୍ୟୁଆର୍ କୋଡ୍ ବ୍ୟବସ୍ଥା ରହିଛି । www.epasscitizen.odisha.gov.in ରେ ଲଗ୍ ଇନ୍ କରି ପାସ୍ ପାଇହେବ ।

ସେହିପରି ଇ-ଭବନ ସେବା ଆରମ୍ଭ ହୋଇଛି । www.bhawan.homeodisha.gov.in ରେ ଲଗ୍ ଇନ୍ କରି ସରକାରୀ କର୍ମଚାରୀ, ଜନ ପ୍ରତିନିଧି ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଶା ଭବନ ରୁମ୍ ବୁକ୍ କରିପାରିବେ । ଇ-ଅତିଥି ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ରାଜ୍ୟ ଅତିଥି ଭବନ ପାଇଁ ଏହା କାର୍ଯ୍ୟ କରିବ । www.hrmsodisha.gov.in ର ଆରମ୍ଭ କରାଯାଇଛି । ମୋବାଇଲ୍ ଓ ୱେବ ମାଧ୍ୟମରେ ସିଙ୍ଗଲ ୱିଣ୍ଡୋରେ କର୍ମଚାରୀ ଏଠାରେ ଛୁଟି ସହ, ଲୋନ୍ ଅନ୍ୟ ଆପ୍ଲିକେସନ୍ ଦାଖଲ ସହ ଇ-ସର୍ଭିସ୍ ବୁକ୍ ପାଇପାରିବେ । ସେହିଭଳି HRMS ମୋବାଇଲ୍ ଆପ୍ ବ୍ୟବହାର କରି ପେ ସ୍ଲିପ୍ ମଧ୍ୟ ଡାଉନଲୋଡ୍ କରିହେବ ।

ଜମିଜମା ବିବାଦର ସମାଧାନ ପାଇଁ www.orissalms.in ର ଆରମ୍ଭ କରାଯାଇଛି । ଏହାଦ୍ୱାରା ସରକାରୀ ଅଧିକାରୀ ଓ ଓକିଲଙ୍କ ମଧ୍ୟରେ ସମନ୍ୱୟ ରହିବ । ମାମଲାର ପ୍ରତିଟି ପର୍ଯ୍ୟାୟ ଜାଣିହେବ ।

www.central.ortpsa.in ର ଆରମ୍ଭ ହୋଇଛି । ଏଥିରେ ୧୦୫ଟି ସେବା ଅନ୍ତର୍ଭୁକ୍ତ ରହିଛି । ଜନସାଧାରଣ ଏହି ପୋର୍ଟାଲରେ ସେବାରେ ବିଳମ୍ବ ନେଇ ଅଭିଯୋଗ କରିପାରିବେ । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ସୁଦ୍ଧା ସମସ୍ତ ବିଭାଗର ସବୁ ସେବା ଅନଲାଇନରେ ଉପଲବ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଗାନ୍ଧି ଜୟନ୍ତୀରୁ ଲୋକଙ୍କୁ ଆଉ ଦୌଡ଼ିବାକୁ ପଡ଼ିବନି ସରକାରୀ ଅଫିସ୍

Leave a Reply