ଓଡ଼ିଶା କୃଷି କନକ୍ଲେଭ-୨୦୨୧ର ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ

1 min read
CM Inaugurates Odisha Agri Conclave 2021

ଭୁବନେଶ୍ୱର: ରାଜ୍ୟରେ କୃଷକଙ୍କ ଆୟ ବୃଦ୍ଧିକୁ ଗୁରୁତ୍ୱ । ଓଡ଼ିଶା କୃଷି କନକ୍ଲେଭ-୨୦୨୧ର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଗୁରୁତ୍ୱ ଦେଇଛନ୍ତି । ଏବେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ଜାତୀୟ ଓ ବିଶ୍ୱ ବଜାରକୁ ଉନ୍ମୁକ୍ତ ହୋଇଛି । ଚାଷୀଙ୍କ ପାଇଁ ବଜାର ସୁବିଧା ବୃଦ୍ଧି ସାଙ୍ଗକୁ ମଧ୍ୟସ୍ଥି ବ୍ୟବସ୍ଥାକୁ ଚେକ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉପଯୁକ୍ତ ବାତାବରଣ ରହିଥିବାରୁ ଜାତୀୟ ସ୍ତରର କୃଷିଭିତ୍ତିକ କମ୍ପାନୀମାନେ ଏ ଦିଗରେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ଚାଷ ଓ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଏକାଧିକ କାର୍ଯ୍ୟକ୍ରମର ସୁଫଳ ମିଳୁଛି । ତୃଣମୂଳ ସ୍ତରରେ କୃଷି କ୍ଷେତ୍ରରେ ଉତ୍ପାଦନ ବଢୁଛି । ଏବେ ରାଜ୍ୟର ଚାଷୀମାନେ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବାର ସମୟ ଆସିଛି । କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଉତ୍ପାଦନ ଯେଭଳି ପ୍ରଭାବିତ ନହେବ ସେନେଇ ସରକାର ସବୁ ପଦକ୍ଷେପ ଗ୍ରହଣ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply