ନବୀନଙ୍କ ହାତରେ କେନ୍ଦୁଝରରେ ବିକାଶ, ଉଦଘାଟନ ହେଲା DD ମେଡିକାଲ କଲେଜ୍

1 min read

କେନ୍ଦୁଝର: କେନ୍ଦୁଝରରେ ଲେଖା ହୋଇଛି ନୂଆ ଅଧ୍ୟାୟ । ଆରମ୍ଭ ହେବ ସମୃଦ୍ଧ ସ୍ୱାସ୍ଥ୍ୟସେବାର ନୂଆ ଯୁଗ। ଉଦଘାଟନ ହୋଇଛି ଧରଣୀଧର ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ। କେନ୍ଦୁଝର ଯାଇ ଜିଲ୍ଲାବାସୀଙ୍କୁ ୪ ହଜାର ୭୦୩ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ହେଲିପ୍ୟାଡରେ ପହଞ୍ଚିବା ପରେ ସଭାସ୍ଥଳରେ ପହଁଚିଥିଲେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ମଡିକାଲ କଲେଜର ଶୁଭ ଉଦଘାଟନ କରିଛନ୍ତି  । ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ମେଡିକାଲ୍ କଲେଜ। ଏଥିରେ ପ୍ରଥମ ବର୍ଷରେ ୧୦୦ଟି MBBS ସିଟରେ ନାମଲେଖା ହୋଇଛି।

୨୦୧୬ରେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ। ଖୁବଶୀଘ୍ର ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବା ସହିତ, ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାବାସୀଙ୍କୁ ମିଳିଛି ଉନ୍ନତମାନର ସ୍ବାସ୍ଥ୍ୟସେବା । ମେଡିକାଲ କଲେଜ ଉଦଘାଟନ ପରେ ୪ ହଜାର ୭୦୩ କୋଟି ୨୪ଲକ୍ଷ ଟଙ୍କାର ୨୫୯ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୪ହଜାର ୩୭୨ଟି ଏସଏଚଜିକୁ ବିନା ସୁଧରେ ୩୭୮କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ  । ମୁଖ୍ୟମନ୍ତ୍ରୀ ରାଜ୍ୟର ଅପୂର୍ବ ସଫଳତା ଭେଟି ଦେଇଥିବା କହିଛନ୍ତି ଛାତ୍ରଛାତ୍ରୀ  । ସେହିପରି ମୁଖ୍ୟମନ୍ତ୍ରୀ ପ୍ରଥମବର୍ଷର ଛାତ୍ରଛାତ୍ରୀଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି  ।

ଗତକାଲି କେନ୍ଦୁଝରକୁ ବିଶ୍ବବିଦ୍ୟାଳୟ ଉପହାର ଦେଇଥିଲେ ମୁଖ୍ୟମନ୍ତ୍ରୀ । ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ଡିଡି କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବା ପରେ ଉପକୃତ ହେବେ ଜିଲ୍ଲାର ଛାତ୍ରଛାତ୍ରୀ । ଏଥିପାଇଁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ଫାଇଭ T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ l