5T ଉପକ୍ରମରେ ବଦଳୁଛି ଶିକ୍ଷା ଭିତ୍ତିଭୂମି, ତୃତୀୟ ପର୍ଯ୍ୟାୟରେ ୩୫୭ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ

1 min read

ଭୁବନେଶ୍ୱର: 5T ଉପକ୍ରମରେ ବଦଳୁଛି ସ୍କୁଲର ରୂପରେଖ । ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ରୂପାନ୍ତରଣ ସ୍କୁଲର ହୋଇଛି ଲୋକାର୍ପଣ । ଆଜି ରାଜ୍ୟର ୩୫୭ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳ ଜିଲ୍ଲାର ୮୭, ଗଞ୍ଜାମ ଜିଲ୍ଲାର ୧୦୬, କେନ୍ଦୁଝରର ୫୭ ଓ ଜଗତସିଂହପୁରର ୧୦୭ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ ହୋଇଛି । 5T ଉପକ୍ରମରେ ରାଜ୍ୟରେ ନୂଆ ରୂପ ପାଉଛି ହାଇସ୍କୁଲ ।

ବଦଳିଛି ସରକାରୀ ସ୍କୁଲର ଚିତ୍ର । ଆଧୁନିକ ଟେକ୍ନୋଲୋଜିରେ ଡିଜିଟାଲ ଓ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ ଓ ଲାବୋରେଟାରୀ, ଶୈକ୍ଷିକ ପରିବେଶ ସୃଷ୍ଟି କରାଯାଇଛି । ଯାହାକି ପିଲାଙ୍କ ପାଠପଢ଼ା ଢାଞ୍ଚାରେ ପରିବର୍ତ୍ତନ ଆଣିଛି । ଆଜିଠୁ ତୃତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ହାଇସ୍କୁଲର ଲୋକାର୍ପଣ ଆରମ୍ଭ ହେଉଛି । ସେହିପରି କାଲି ୩ଟି ଜିଲ୍ଲାରେ ରୂପାନ୍ତରିତ ହାଇସ୍କୁଲର ରୂପାନ୍ତରଣ କରାଯିବ । କୋରାପୁଟର ୫୮, ବଲାଙ୍ଗୀରର ୧୦୦ ଓ ସମ୍ବଲପୁରର ୬୧ ହାଇସ୍କୁଲ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି ।