ଯେତେ ଭାଷଣ ଦେଲେବି ଜନତାଙ୍କ ହୃଦୟରେ ସବୁବେଳେ ନବୀନ: କାର୍ତ୍ତିକ ପାଣ୍ଡିଆନ
1 min readବୀରମିତ୍ରପୁର: ଯେତେ ଭାଷଣ ଦେଲେ ବି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକଙ୍କ ହୃଦୟରୁ ଦୂର କରିପାରିବେ ନାହିଁ। ଆମ ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତ ସଂରକ୍ଷଣ ମହିଳାଙ୍କୁ ଦେଇଛନ୍ତି । ମିଶନ ଶକ୍ତି ଜରିଆରେ ୧୦ ଲକ୍ଷ ପର୍ଯ୍ୟନ୍ତ ଲୋନ୍ ଦେଇଛନ୍ତି ।
ଡବଲ ଇଂଜିନ ସରକାର ଆୟୁଷ୍ମାନ ଭାରତ ବାବଦରେ ଡିଣ୍ଡିମା ପିଟୁଛନ୍ତି। ତା’ର ବଜେଟ୍ ପୁରା ଭାରତ ପାଇଁ ୬ ହଜାର କୋଟି ଟଙ୍କା। ଓଡ଼ିଶାର ଭାଗ ପଡିବ ୩ଶହ କୋଟି ଟଙ୍କା ବର୍ଷକୁ। ବିଏସକେୱାଇରେ ସରକାର ପ୍ରତିମାସରେ ଓଡ଼ିଶା ପାଇଁ ଖର୍ଚ୍ଚ କରୁଛନ୍ତି ୩ଶହ କୋଟି ଟଙ୍କା ।
ବୀରମିତ୍ରପୁରରେ ଆୟୋଜିତ ଜନସଭାରେ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ। କେନ୍ଦ୍ର ସରକାର କେତେ ବ୍ୟାଙ୍କ ଖୋଲିଛନ୍ତି? ରାଜ୍ୟ ସରକାର ପ୍ରତି ଗାଁରେ ବ୍ୟାଙ୍କ ଖୋଲିଛନ୍ତି।
କୋଷ୍ଟାଲ ହାଇୱେ କାହିଁକି ହୋଇପାରିନାହିଁ । ସୁନ୍ଦରଗଡ଼ ପୁରା ଦେଶକୁ କୋଇଲା ଦେଉଛି । କିନ୍ତୁ ଆମେ ଟଙ୍କା ବଦଳରେ ପ୍ରଦୂଷଣ ପାଉଛୁ । ଆମେ ରୟାଲିଟି ପାଇଁ ଅନୁରୋଧ କରି ଥକିଗଲିଣୁ । ଯଦି ରୟାଲିଟି ଅଧିକା ମିଳିଥାନ୍ତା ତେବେ ଓଡ଼ିଶା ୫ ଲକ୍ଷ କୋଟି ଅଧିକ ପାଇଥାନ୍ତା। କଟକ-ସମ୍ବଲପୁର ରାସ୍ତା ହେଉଛି ଭାରତରେ ସବୁଠାରୁ ଖରାପ ରାସ୍ତା। ଏହି ରାସ୍ତାକୁ ଡବଲ ଇଂଜିନ ସରକାର ଗଲା ୧୦ ବର୍ଷ ହେଲା କରୁଛନ୍ତି। ରାଜ୍ୟ ସରକାର ୩ ବର୍ଷରେ ବିଜୁ ଏକ୍ସପ୍ରେସୱେ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି 5T ଅଧ୍ୟକ୍ଷ।