spot_img

Latest Posts

ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ, ଖୋଜାଚାଲିଛି ସମସ୍ୟା ସମାଧାନର ବାଟ…

ଭୁବନେଶ୍ବର : ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ। ମୁଖ୍ୟମନ୍ତ୍ରୀଙ୍କ ସମେତ ୭ ମନ୍ତ୍ରୀ, ବିଭାଗୀୟ ସଚିବ ଓ ଅଧିକାରୀଙ୍କ ଉପସ୍ଥିତିରେ ଖୋଜାଚାଲିଛି ସମସ୍ୟା ସମାଧାନର ବାଟ। ୧୬ତମ ଅଭିଯୋଗ ଶୁଣାଣୀରେ ହଜାରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ । ୧୫ତମ ଶୁଣାଣୀ ସୁଦ୍ଧା ୧୩ହଜାର ୩୫୮ ଅଭିଯୋଗ ଆସିଥିବା ବେଳେ ଏଥିରେ ୫୦ ହଜାର ଲୋକ ସାମିଲ ହୋଇଛନ୍ତି। ପ୍ରଥମ ଶୁଣାଣୀ ଜୁଲାଇ ପହିଲା ୨୦୨୪ରେ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ଆସିଥିବା ଅଭିଯୋଗର ୯୫ ପ୍ରତିଶତ ସମାଧାନ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରୋଗୀ ଓ ଦିବ୍ୟାଙ୍ଗ ମାନଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଛି। ରୋଗୀମାନଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତୁରନ୍ତ ସହାୟତା ଦିଆଯାଉଛି।

ଅଭିଯୋଗ ଶୁଣାଣୀ ଶିବିରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜଙ୍ଗଲ ପରିବେଶ, ରାଜସ୍ବ, ଗଣଶିକ୍ଷା, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ, ସ୍ବାସ୍ଥ୍ୟମନ୍ତ୍ରୀ ସାମିଲ ଥିଲେ। ରାଜ୍ୟରେ ଶିକ୍ଷା ନୀତି ଲାଗୁ କରାଯାଇ ଶିଶୁ ବାଟିକାର ବ୍ୟବସ୍ଥା କରାଯାଇଛି। ଶିଶୁ ବାଟିକାରେ ଶିକ୍ଷାଦାନ କରିବା ପାଇଁ ରାଜ୍ୟରେ ପ୍ରାକ୍-ଶିକ୍ଷା ପାଠ୍ୟକ୍ରମ ଚାଲୁଥିଲେ ବି ନିଯୁକ୍ତି ମିଳୁନାହିଁ। ପ୍ରାୟ ୫୦ ଜହାର ଏହି ପାଠ୍ୟକ୍ରମ ସାରିଥିଲେ ବି ନିଯୁକ୍ତି ପାଇଁ କିଛି ବ୍ୟବସ୍ଥା ନଥିବାରୁ ଆଶାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ୨୫ବର୍ଷ ତଳେ ଅବସର ନେଇଥିବା ଜଣେ ପ୍ରଧାନଶିକ୍ଷକ ପ୍ରଥମ ଶ୍ରେଣୀରୁ ସ୍ନାତକୋତ୍ତର ଯାଏଁ ନିଶା ନିବାରଣ ପାଠ୍ୟକ୍ରମ ଲାଗୁ କରିବାକୁ ଆସିଛନ୍ତି ଅଭିଯୋଗ ପ୍ରକୋଷ୍ଠ । ଗ୍ରାମସଭା କେବଳ ନାମକୁ ମାତ୍ର ନୁହେଁ, ବାସ୍ତବ ଢଙ୍ଗରେ ଏହାକୁ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ସୁନାମଧନ୍ୟ ଶିକ୍ଷକ। ଓ୍ବେବ ପୋର୍ଟାଲ ଏବଂ ପୋଷ୍ଟାଲ ଜରିଆରେ ୧ଲକ୍ଷ ୪୯ ହଜାର ୪୧୮ ଅଭିଯୋଗ ଆସିଥିବା ବେଳେ ଏଥିରୁ ୮୮ ପ୍ରତିଶତ ୧ଲକ୍ଷ ୩୦ ହଜାର ୮୪୮ ଅଭିଯୋଗର ସମାଧାନ ହୋଇଛି।

Latest Posts

Don't Miss