ଗାନ୍ଧି ଜୟନ୍ତୀରୁ ଲୋକଙ୍କୁ ଆଉ ଦୌଡ଼ିବାକୁ ପଡ଼ିବନି ସରକାରୀ ଅଫିସ୍
1 min readଭୁବନେଶ୍ୱର: ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କ ପ୍ରୟାସ । 5Tରେ ୮ଟି ବୈଷୟିକ ସମାଧାନ ପନ୍ଥା ସାମିଲ୍ ହୋଇଛି । ଗୃହ, ସାଧାରଣ ପ୍ରଶାସନ ଓ ପେନସନ ଅଭିଯୋଗ ସମତେ ଅନଲାଇନ୍ ସେବା ପ୍ରଦାନରେ ସୁଧାର ଆସିବ । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ସୁଦ୍ଧା ସମସ୍ତ ବିଭାଗର ସେବା ଅଲନାଇନରେ ମିଳିବ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ପେସ୍ ଟେକ୍ନୋଲୋଜି ଭୁବନେଶ୍ୱରର ସରକାରୀ ଜମିର ସୁରକ୍ଷା କରୁଛି ।
ସରକାର ୨୦୧୯ ଅଗଷ୍ଟରେ ଆରମ୍ଭ 5T ଆରମ୍ଭ କରିଥିଲେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5T ଅଧିନରେ ୮ଟି ବୈଷୟିକ ସମାଧାନ ଆରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି- 5T ମଡେଲ୍ ଓ ମୋ ସରକାର ସେବାରେ ସୁଧାର ଆଣିବା ସହ ଗୁଣବତ୍ତା ବଢ଼ାଇଛି । ଦେଶର ପ୍ରଥମ ରାଜ୍ୟ ଭାବେ ମହାକାଶ ବିଜ୍ଞାନ ପ୍ରୟୋଗ କରି ଓଡ଼ିଶା ସରକାରୀ ଜମିର ସୁରକ୍ଷା କରୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ।
ଆଗାମୀ ରଣନୀତି ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ସମସ୍ତ ସରକାରୀ ସେବା ଅନଲାଇନରେ ମିଳିବା ନେଇ ଗୁରୁତ୍ୱ ଦେଇଛନ୍ତି । ପୂର୍ବରୁ ସମସ୍ତ ଅନଲାଇନ୍ ସେବା ଅଗଷ୍ଟ ୧୫ ସୁଦ୍ଧା ଉପଲବ୍ଧ ନେଇ ଲକ୍ଷ୍ୟ ରଖା ଯାଇଥିଲା । କୋଭିଡ୍ କଟକଣା ଯୋଗୁଁ ସମୟ ସୀମାକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି । ଅକ୍ଟୋବର ୨ ତାରିଖ ମଧ୍ୟରେ ସବୁ ବିଭାଗ ସମସ୍ତ ସେବା ଅନଲାଇନରେ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ କୌଣସି କାମ ପାଇଁ ଲୋକଙ୍କୁ ଆଉ ଅଫିସ୍ ଦୌଡ଼ିବାକୁ ପଡ଼ିବନି ।