ମିଶନାରୀ ସ୍କୁଲ ସହ ଯୋଗାଯୋଗ ରଖ: ନବୀନ

ଭୁବନେଶ୍ବର: ମିଶନାରୀଙ୍କ ଦ୍ବାରା ପରିଚାଳିତ କୌଣସି ବି ଅନୁଷ୍ଠାନ କ୍ଷତିଗ୍ରସ୍ତ ହେବେ ନି । ଏହାକୁ ସୁନିଶ୍ଚିତ କରିବେ ଜିଲ୍ଲାପାଳ । ଏନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହିସବୁ ଅନୁଷ୍ଠାନ ସହ ନିୟମିତ ଯୋଗାଯୋଗରେ ରହିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ଖାଦ୍ୟ ଏବଂ ସ୍ବାସ୍ଥ୍ୟ ସଂପର୍କିତ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିର ବିନିଯୋଗ କରାଯିବ । ଓଡ଼ିଶାରେ ମିଶନାରୀଙ୍କ ଦ୍ବାରା ଚାଲୁଛି ବହୁ ଅନାଥାଶ୍ରମ ଓ କୁଷ୍ଠାଶ୍ରମ । ତେଣୁ ଏହି ସବୁ ମିଶନାରୀ ଯେପରି କ୍ଷତିଗ୍ରସ୍ତ ନହେବେ ସେଥିପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply