ସ୍କଚ୍ ଆଓ୍ୱାର୍ଡ ୨୦୨୦ ସେମିଫାଇନାଲରେ ସୁନ୍ଦରଗଡ଼, ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା
1 min readଭୁବନେଶ୍ୱର: ସ୍କଚ୍ ଆଓ୍ୱାର୍ଡ ୨୦୨୦ରେ ରାଜ୍ୟର ଏକମାତ୍ର ଜିଲ୍ଲା ସୁନ୍ଦରଗଡ଼ । ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ସ୍କଚ୍ ଆଓ୍ୱାର୍ଡ ୨୦୨୦ ପ୍ରତିଯୋଗୀତାରେ ସୁନ୍ଦରଗଡ଼ ଜିଲ୍ଲା ସେମିଫାଇନାଲ୍କୁ ଉତୀର୍ଣ୍ଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ଶୁଭେଚ୍ଛା ଜଣାଇଛନ୍ତି ।
ଖଣିଜ ପଦାର୍ଥ କ୍ଷେତ୍ରରେ ସୁନ୍ଦରଗଡ଼ ଅତ୍ୟନ୍ତ ଭଲ ପଦକ୍ଷେପ ନେଇଛି । ରାଜ୍ୟରେ ଏକମାତ୍ର ଜିଲ୍ଲା ଭାବେ ସୁନ୍ଦରଗଡ଼ ଏହି ପ୍ରତିଯୋଗୀତାରେ ଏତେ ଆଗକୁ ଯାଇଛି । ଏହି ସଫଳତାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଖଣି ସମ୍ବନ୍ଧୀୟ କାର୍ଯ୍ୟରେ ପ୍ରଭାବିତ ହୋଇଥିବା ଲୋକଙ୍କ ଉପରେ ରାଜ୍ୟ ସରକାରଙ୍କ ଫୋକସ୍ ରହିଛି । ସେମାନଙ୍କ ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।
Congratulate @DMSundargarh on qualifying for semi-finals of #SkochAward2020 for adoption of best practices by District Mineral Foundation. #Odisha Govt continues to focus on welfare of people affected by mining related operations. pic.twitter.com/zrApA6uwhY
— CMO Odisha (@CMO_Odisha) January 21, 2021