ଆମେରିକା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଆମେରିକାର ନୂଆ ରାଷ୍ଟ୍ରପତି  ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରେ ଅଭିନନ୍ଦନ ଜଣାଇ ଲେଖିଛନ୍ତି ଯେ, ଆପଣଙ୍କ (ଜୋ ବାଇଡେନ) କାର୍ଯ୍ୟକାଳ ସମୟରେ ଭାରତ ସହ ଆମେରିକାର ସମ୍ପର୍କ ଆହୁରି ସୁଦୃଢ ହେଉ । ଏବଂ ଏହି ଦୁଇ ବୃହତ ଗଣତାନ୍ତ୍ରୀକ ରାଷ୍ଟ୍ର ମିଳିତ ଭାବେ କାର୍ଯ୍ୟ କଲେ ବିଶ୍ୱକୁ ଏକ ଉନ୍ନତ ସ୍ଥାନରେ ପହଞ୍ଚାଇ ପାରିବେ ।

ସୂଚନା ଯୋଗ୍ୟ ଯେ, ଆମେରିକାକୁ ମିଳିଛି ନୂଆ ରାଷ୍ଟ୍ରପତି । ବିଜୟର ତାଜ୍ ପିନ୍ଧିଛନ୍ତି ଜୋ ବାଇଡେନ୍ ।  ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନଙ୍କୁ ମିଳିଛି ଆମେରିକାର ଶାସନ ଗାଦି । ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ଆମେରିକୀୟଙ୍କ ପ୍ରଥମ ପସନ୍ଦ ହୋଇଛନ୍ତି ଜୋ ବାଇଡେନ । ସେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏବଂ ଉପରାଷ୍ଚ୍ରପତି ନିର୍ବାଚିତ ହୋଇଛନ୍ତି କମଳା ହ୍ୟାରିସ ।

Leave a Reply