ଗଂଜାମ ହିଞ୍ଜିଳିରେ ନୂଆ ଦୌରା ଜଜ୍ କୋର୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ପ୍ରତି ଘରେ ଆଇନ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଗଂଜାମ ହିଞ୍ଜିଳିରେ ନୂଆ ଦୌରା ଜଜ୍ କୋର୍ଟ ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ହିଞ୍ଜିଳିବାସୀଙ୍କ ଅନେକ ଦିନର ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି ନବୀନ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହ ଉଦଘାଟନୀ ଉତ୍ସବରେ ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର କହିଛନ୍ତି, ରାଜ୍ୟରେ ଲୋକଙ୍କୁ ନ୍ୟାୟ ମିଳିବା ପ୍ରକ୍ରିୟାରେ ଉନ୍ନତି ଘଟିଛି । ଟେକ୍ନୋଲଜିର ବ୍ୟବହାର ଦ୍ବାରା ନ୍ୟାୟ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି ବୋଲି କହିଛନ୍ତି ମୁଖ୍ୟ ବିଚାରପତି । ହିଞ୍ଜିଲିରେ ଦୌରା ଜଜ କୋର୍ଟ ପ୍ରତିଷ୍ଠା ହେବା ଦ୍ବାରା ବିଶେଷ କରି ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକ ବେଶୀ ଉପକୃତ ହେବେ ।

ଓକିଲମାନେ ପୂର୍ଣ୍ଣ ପ୍ରାଣରେ ଲୋକଙ୍କୁ ନ୍ୟା ପ୍ରଦାନ କରିବାକୁ ଚେଷ୍ଟା କରିବେ । ତେବେ ହଞ୍ଜିଳିରେ କୋର୍ଟ ସ୍ଥାପନା ଲଗି ମୁଖ୍ୟମନ୍ତ୍ରୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଧନ୍ୟବାଦ ଜଣାଇଥିଲେ । କଟକରୁ ଭର୍ଚୁଆଲରେ ଯୋଡ଼ି ହୋଇ ମୁଖ୍ୟ ବିଚାରପତି ଲୋକଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହେବନି ବୋଲି ଆଶା କରିଛନ୍ତି । ମାହାମରୀ ସମୟରେ ହାଇକୋର୍ଟ ସେଥିପାଇଁ ବନ୍ଦ କରାଯାଇନଥିଲା । ନୂଆ କୋର୍ଟ ସ୍ଥାପନା, ବିଚାରପତି ନିଯୁକ୍ତି, ଟେକ୍ନୋଲଜି ବ୍ୟବାହର ଦ୍ବାରା ନ୍ୟାୟିକ ପ୍ରକ୍ରିୟାରେ ଉନ୍ନତି ଘଟିଛି ବୋଲି କହିଛନ୍ତି ମୁଖ୍ୟ ବିଚାରପତି ।