ବାତ୍ୟା ‘ଗୁଲାବ’ ନେଇ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା: ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

1 min read

ନୂଆଦିଲ୍ଲୀ: ବାତ୍ୟା ଗୁଲାବ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବାତ୍ୟା ଗୁଲାବ ମୁକାବିଲା ସମ୍ପର୍କିତ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି । ଏଥିସହିତ ପ୍ରାକୃତିକ ଦୁର୍ବିପାକର ମୁକାବିଲା ନେଇ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦିଆଯିବ ଆଶ୍ୱସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସୂଚନା ଯୋଗ୍ୟ ଯେ, ରବିବାର ବାତ୍ୟା ଗୁଲାବ ମୁକାବିଲା ସମ୍ପର୍କିତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ରାଜ୍ୟର ୧୦ ଜିଲ୍ଲା ବାତ୍ୟା ଯୋଗୁଁ ପ୍ରଭାବିତ ହେବାର ଆଶଙ୍କା ରହିଛି । ରବିବାର ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶା କୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ  । ଲ୍ୟାଣ୍ଡଫଲ୍ ବେଳକୁ ପବନର ବେଗ ୭୫-୮୫ କିଲୋମିଟର ରହିବାର ଆଶଙ୍କା କରାଯାଉଥିବା ବେଳେ ଝଟକା ପବନ ବେଗ ସର୍ବାଧିକ ଘଣ୍ଟାପ୍ରତି ୯୫ କିଲୋମିଟର ଛୁଇଁପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ସଦ୍ୟ ସୂଚନା ମୁତାବକ ବାତ୍ୟା ଗୁଲାବ ଗୋପାଳପୁର ଠାରୁ ୧୦୦ କିଲୋମିଟର ଦୂରରେ ରହିଛି ।

ଅପରପକ୍ଷରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସାମ୍ୱାଦିକ ସମ୍ମିଳନୀରେ ଜଣାଇଛନ୍ତି ସନ୍ଧ୍ୟା ୬ଟା ବେଳକୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଯାହା କଳିଙ୍ଗାପାଟନମ୍-ଗୋପାଳପୁର ମଧ୍ୟରେ ହିଟ୍ କରିବ । ଏଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ଶ୍ରୀ ଜେନା କହିଛନ୍ତିି । ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ରନ୍ଧାଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

ଏଥିସହିତ ପଢ଼ନ୍ତୁ: କଳିଙ୍ଗାପାଟନମ୍-ଗୋପାଳପୁର ଦେଇ ଗତି କରିବ ଗୁଲାବ: ପବନର ବେଗ ସର୍ବାଧିକ ୯୫ କିମି ରହିପାରେ

Leave a Reply