spot_img

Latest Posts

ଦ୍ୱିତୀୟ ଦିନରେ ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ବିଜେପୁରରେ ଚାଲିଛି ହାଇ ଭୋଲଟେଜ୍‌ ପ୍ରଚାର। ଆଜି ଦ୍ୱିତୀୟ ଦିନରେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଜୋରଦାର ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବରପାଲିରୁ ପାଟଲୁକୁଣ୍ଡା ପର୍ଯ୍ୟନ୍ତ ନିର୍ବାଚନୀ ଶୋଭାଯାତ୍ରାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ବିଜୁ ଜନତା ଦଳକୁ ଗତ ସାଧାରଣ ନିର୍ବାଚନରେ ସମର୍ଥନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସ୍ଥାନୀୟ ଲୋକଙ୍କ ପାଇଁ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । ଗତକାଲି ବରପାଲି ଓ ବିଜେପୁରରେ ପ୍ରଚାର କରିବା ପରେ ବରଗଡ଼ର ପୂର୍ତ୍ତ ବିଭାଗ ଆଇବିରେ ରାତ୍ରୀଯାପନ କରିଥିଲେ ନବୀନ।

ଏହାପରେ ଆଜି ଗାଇସିଲଟ ତଳପାଲିରୁ ଦଳୀୟ ସୁପ୍ରିମୋ ପ୍ରଚାର ଆରମ୍ଭ କରିଛନ୍ତି। ବିକାଶର କାମୃକୁ ଆଗେଇ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ। ୨ ଦିନରେ ନବୀନ ୪୫ଟି ସଭାରେ ଯ଼ୋଗଦେଇଛନ୍ତି। ରୋଡ୍ ସୋ ଓ ସଭା କରି ଲୋକଙ୍କୁ ବିକାଶର କଥା କହୁଛନ୍ତି।

ଅନ୍ତିମ ପର୍ଯ୍ୟାୟରେ କଂଗ୍ରେସ ଓ ବିଜେପି ମଧ୍ୟ ଜୋରଦାର ପ୍ରଚାର କରିଛନ୍ତି। ୨୦୧୮ ଉପନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ବିଜେପୁରରୁ ବେଶ୍‌ ଅଧିକ ଭୋଟ୍‌ରେ ବିଜୟୀ ହୋଇଥିଲା। ଦଳର ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ବିଜେଡି ପୁଣି ଏଥର ପ୍ରାର୍ଥୀ କରିଥିବା ବେଳେ ବିଜେପି ସନତ ଗଡ଼ତିଆଙ୍କୁ ମଇଦାନକୁ ଓହ୍ଲାଇଛି । ସେପଟେ ଦିଲ୍ଲୀପ ପଣ୍ଡାଙ୍କ ଉପରେ ଭରସା କରିଛି କଂଗ୍ରେସ। ')}

Latest Posts

Don't Miss