‘ଦ କାଶ୍ମୀର ଫାଇଲ୍ସ’ ଦେଖିବାକୁ ସମସ୍ତ ବିଧାୟକଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

1 min read
CM Bhupesh Baghel To Watch The Kashmir Files Film With Congress BJP MLAS

ରାୟପୁର: ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ରାଜନୈତିକ ଆରୋପ ପ୍ରତ୍ୟାରୋପ ଭିତରେ ବିଜେପି ଫିଲ୍ମକୁ ସମର୍ଥନ କରି କଂଗ୍ରେସକୁ ଘେରିବାକୁ ଚେଷ୍ଟା କରୁଛି । ଅନ୍ୟପଟେ ଫିଲ୍ମ ଦ୍ୱାରା ବିଜେପି ହିଂସା ସୃଷ୍ଟି କରିବାକୁ ପ୍ରୟାସ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଏହାରି ଭିତରେ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ରାଜ୍ୟର ସମସ୍ତ ବିଧାୟକଙ୍କୁ ‘ଦ କାଶ୍ମୀର ଫାଇଲ୍ସ’ ଦେଖିବାକୁ ନିମନ୍ତ୍ରଣ ଦେଇଛନ୍ତି ।

କଂଗ୍ରେସ ନେତା ଭୂପେଶ ବଘେଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ଦେଖିବାକୁ ଆଗ୍ରହ ଦେଖାଇଛନ୍ତି । ଆମେ ପିଲ୍ମ ଦେଖିବୁ ଓ ନିଶ୍ଚିତ ରୂପେ ଏହା ଉପରେ ପ୍ରତିକ୍ରିୟା ଦେବୁ । ମୁଁ ବିଧାୟକଙ୍କୁ ବି ଚଳଚ୍ଚିତ୍ର ଦେଖିବାକୁ ଆମନ୍ତ୍ରଣ କରିଛି । ଆଜି ରାତିରେ ବିଧାନସଭାର ସମସ୍ତ ସଦସ୍ୟଙ୍କ ସହ ପାଟଣାର ଏକ ସିନେମାହଲରେ ବିରୋଧୀ-ଶାସକ ବିଧାୟକ ଏକାଠି ଲୋକଙ୍କ ‘ଦ କାଶ୍ମୀର ଫାଇଲ୍ସ’ ଦେଖିବେ ।

ତେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ଉପରୁ ଟିକସ ଛାଡ଼ ନେଇ କେନ୍ଦ୍ର ସରକାରଙ୍କୁ ବଲ୍ ଫିଙ୍ଗିଛନ୍ତି । କହିଛନ୍ତି, ବିଜେପି ବିଧାୟକ ଦାବି କରୁଛନ୍ତି ‘ଦ କାଶ୍ମୀର ଫାଇଲ୍ସ’କୁ ଟିକସ ମୁକ୍ତ କରାଯାଉ । ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ସେ ଫିଲ୍ମ ଉପରୁ ଜିଏସଟି ହଟାଇବା ଲାଗି ଘୋଷଣା କରନ୍ତୁ । ପୂରା ଦେଶରେ ଫିଲ୍ମ ଟିକସ ମୁକ୍ତ ହୋଇଯିବ । ଜିଏସଟି ପାଇଁ ଟିକଟର ଅଧା ଟଙ୍କା କେନ୍ଦ୍ର ପାଉଛି । ଏଥିପାଇଁ ଫିଲ୍ମକୁ ଦେଶବ୍ୟାପୀ ଟିକସ ମୁକ୍ତ କରାଯାଉ ।