ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାପା ଗିରଫ

1 min read
CM Bhupesh Baghel Father Nand Kumar Baghel Arrested On Remarks Against Brahmins

ରାୟପୁର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲଙ୍କୁ ପୋଲିସ ଗିରଫ କରିଛି । ବ୍ରାହ୍ମଣ ସମାଜ ବିରୋଧରେ ବିବାଦୀୟ ମନ୍ତବ୍ୟକୁ ନେଇ ରାୟପୁର ଡିଡି ନଗର ପୋଲିସ ଥାନାରେ ବାଘେଲଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ରାୟପୁର ପୋଲିସ ନନ୍ଦ କୁମାର ବାଘେଲଙ୍କୁ ଆଗ୍ରାରୁ ଗିରଫ କରିଛି ।

ଲକ୍ଷ୍ମୌରେ ନନ୍ଦ କୁମାର ବାଘେଲ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଟିପ୍ପଣୀକୁ ନେଇ ବ୍ରାହ୍ମଣ ସମାଜ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏଫଆଇଆର୍ ରୁଜୁ ପରେ ବାଘେଲଙ୍କୁ ଗିରଫ ପାଇଁ ୟୁପି ଯାଇଥିଲା ରାୟପୁର ପୋଲିସର ସ୍ୱତନ୍ତ୍ର ଟିମ୍ । ଆଗ୍ରାରୁ ନନ୍ଦ କୁମାର ବାଘେଲଙ୍କୁ ଗିରଫ ପରେ ପୋଲିସ ତାଙ୍କୁ ଆଣି ରାୟପୁର କୋର୍ଟରେ ହାଜର କରିଛି ।

ଗିରଫଦାରୀ ପରେ ସେ କହିଛନ୍ତି, ମୁଁ ଏହା ବିରୋଧରେ ସୁପ୍ରିମକୋର୍ଟ ଯିବି । ରାୟପୁର କୋର୍ଟ ବାଘେଲଙ୍କୁ ୧୫ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସେପ୍ଟେମ୍ବର ୨୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେବେ କୋର୍ଟରେ ହାଜର ବେଳେ ବାଘେଲ ଜାମିନ୍ ଆବେଦନ କରିନାହାଁନ୍ତି ।

Leave a Reply