ସୀମାନ୍ତରେ ଉନ୍ନତ ସ୍ୱାସ୍ଥ୍ୟସେବା, ଦୁର୍ଗମ ଅଞ୍ଚଳରେ ଚିକିତ୍ସା କରୁଛନ୍ତି ବରିଷ୍ଠ ଡାକ୍ତର

ମାଲକାନଗିରି: ସୀମାନ୍ତରେ ଉନ୍ନତ ସ୍ବାସ୍ଥ୍ୟସେବା । ମାଲକାନଗିରିରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା । ଦୁର୍ଗମ ଅଞ୍ଚଳର ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ରାଜ୍ୟର ବରିଷ୍ଠ ଡାକ୍ତର । ଗତ ୧୪ତାରିଖରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଜାରି ରହିଛି । ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି କଟକରୁ ଯାଇଥିବା ୮ଜଣିଆ ବିଶେଷଜ୍ଞ ଟିମ୍ ।

ଏମାନଙ୍କ ଭିତରେ ସାମିଲ ଅଛନ୍ତି କାଡିଓଲୋଜି ଓ ନେଫ୍ରୋଲୋଜି ସ୍ପେଶାଲିଷ୍ଟ । ଚିକିତ୍ସା ପାଇଁ ୬ଟି ଲାପ୍ରୋସ୍କୋପି, ୩୦ଟି ଲେଖାଏ ଇକୋ, ଏଣ୍ଡୋସ୍କୋପି ମେସିନ ବ୍ୟବସ୍ଥା ହୋଇଛି । ଆଜି ଗୋଟିଏ ଦିନରେ ୬୦ଜଣ ରୋଗୀଙ୍କର ଚିକିତ୍ସା ସହିତ ଅନେକଙ୍କର ଅସ୍ତ୍ରୋପଚାର କରାଯାଇଛି । ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଜାରି ରହିଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା । ହେଲିକପ୍ଟରରେ ଯାଇ ରୋଗୀଙ୍କ ପାଖରେ ପହଞ୍ଚୁଛନ୍ତି ଡାକ୍ତରୀ ଟିମ୍ ।…