spot_img

Latest Posts

ଗଞ୍ଜାମ ଜିଲ୍ଲାରେ ୫ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ୫ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ଏକାଧିକ ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥି ମଧ୍ଯରେ ରହିଛି ୫ ହଜାର କୋଟିର ଜଳସେଚନ ଓ ପାନୀୟ ଜଳ ପ୍ରକଳ୍ପ। ଏହାସହ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ଆକମି ଏବଂ ଅଭାଦା ଗ୍ରୁପ ପକ୍ଷରୁ ଦୁଇ ଗ୍ରୀନ ଏନର୍ଜି ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି। ଏହି ସବୁ ଯୋଜନା ଓ ଶିଳ୍ପ ଜିଲ୍ଲାରେ ଶିଳ୍ପର ବିକାଶ ସହିତ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି କରିବ। ଲୋକଙ୍କ ଆଶୀର୍ବାଦରେ ସରକାର ଗତ ୨୪ ବର୍ଷ ହେଲା ଓଡ଼ିଶା ମାର ସେବା କରି ଆସୁଛନ୍ତି। ଏଇ ସମୟ ମଧ୍ଯରେ ଓଡ଼ିଶା ରାଜସ୍ଵ ନିଅଣ୍ଟରୁ ରାଜସ୍ଵ ବଳକା ରାଜ୍ୟର ପରିଚୟ ପାଇଛି। ନିବେଶ କ୍ଷେତ୍ରରେ ସାରା ଦେଶରେ ଦ୍ବିତୀଯ ସ୍ଥାନରେ ରହିଛି ଓଡ଼ିଶା।

ପିଡିଏସ ବ୍ୟବସ୍ଥାରେ ଦେଶକୁ ଖାଦ୍ୟ ଯୋଗାଉଛି ଓଡ଼ିଶା । ଏଠାରେ ବିଶ୍ବର ବଡ଼ ବଡ଼ ଆଇଟି କମ୍ପାନୀ ସେମାନଙ୍କର କେନ୍ଦ୍ର ଖୋଲିଛନ୍ତି। କ୍ରୀଡ଼ା ଏବଂ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କ୍ଷେତ୍ରରେ ସୁନାମ ଅର୍ଜନ କରିଛି। ସରକାରଙ୍କ ଫାଇଭ ଟି ପ୍ରୟାସ ରାଜ୍ୟରେ ବିକାଶ କ୍ଷେତ୍ରରେ ପରିବର୍ତ୍ତନ ଆଣିଛି। ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ରୁପାନ୍ତର ଆଣିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ, ମା ତାରାତାରିଣ ପୀଠର ରୂପାନ୍ତର ଓଡ଼ିଶାର ଗୌରବ ବୃଦ୍ଧି କରିଛି। ବିଏସକେୱାଇ ଲୋକଙ୍କ ଚିକିତ୍ସା ଚିନ୍ତା ଦୂର କରିଛି। ସୁପର ସ୍ପେଶାଲିଟି ହସ୍ପିଟାଲ ମାଧ୍ଯମରେ ରୋଗୀ ଘର ପାଖରେ ଉନ୍ନତ ଚିକିତ୍ସା ସୁବିଧା ପାଇବେ। ମାମାନେ ଉଦ୍ଯୋଗୀ ହେବାକୁ ଆଗେଇ ଆସିଛନ୍ତି। ମା ଓ ଯୁବ ଉଦ୍ଯୋଗୀଙ୍କ ଲାଗି ସରକାର ବିନା ସୁଧରେ ଋଣ ବ୍ୟବସ୍ଥା କରିଛନ୍ତି। ଆପଣଙ୍କ ସହଯୋଗ ଓ ଆଶୀର୍ବାଦରେ ଦେଶରେ ଓଡ଼ିଶା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଗାମୀ ଦିନରେ ଆପଣଙ୍କ ଆଶୀର୍ବାଦ ଓଡ଼ିଶାକୁ ବିକାଶର ନୂଆ ସ୍ଵପ୍ନରେ ପହଞ୍ଚାଇବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

Latest Posts

Don't Miss