spot_img

Latest Posts

ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ମଧ୍ୟରେ ବୈଠକ ଡାକିଲେ ଗେହଲଟ୍‌: ପ୍ରାଥମିକାତାରେ ରହିବେ ପାଇଲଟ୍‌ କ୍ୟାମ୍ପର ନେତା!

ଜୟପୁର: ଶନିବାର କ୍ୟାବିନେଟ୍‌ ମନ୍ତ୍ରୀଙ୍କ ବୈଠକ ଡକାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଗେହଲଟ୍ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ମାଗିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହାରି ମଧ୍ୟରେ ଶିକ୍ଷା ମନ୍ତ୍ରୀ ତଥା ପିସିସି ସଭାପତି ଗୋବିନ୍ଦ ସିଂହ ଦୋସ୍ତାରା, ରାଜସ୍ୱ ମନ୍ତ୍ରୀ ଏବଂ ପଞ୍ଜାବ ଏଆଇସିସି ଇନ୍ ଚାର୍ଜ ହରିସ୍ ଚୌଧୁରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ସେମାନଙ୍କ ଇସ୍ତଫା ଦଳୀୟ ସଭାପତିଙ୍କ ନିକଟକୁ ପଠାଇସାରିଥିବା କହିଛନ୍ତି ଦଳ ସାଧାରଣ ସମ୍ପାଦକ ଅଜୟ ମାକେନ୍ । ‘ଓ୍ୱାନ୍ ମେନ୍, ଓ୍ୱାନ୍ ଫୋଷ୍ଟ୍’ ନିୟମ ଅନୁଯାୟୀ ସେମାନେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଆଜି ସନ୍ଧ୍ୟା ୫ଟାରେ ଅନୁଷ୍ଠିତ ହେବ କ୍ୟାବିନେଟ୍ ବୈଠକ ।

ତେବେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେଲେ ବିଶେଷ କରି ସଚିନ ପାଇଲଟ୍‌ଙ୍କ କ୍ୟାମ୍ପର ନେତାଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ଏସବୁ ନେଇ ପାଇଲଟଙ୍କ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିବା ବେଳେ ବିଜେପିରେ ଯୋଗଦେବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ଏଥିରେ ଜାତୀୟ ନେତୃତ୍ୱଙ୍କ ହସ୍ତକ୍ଷେପ କରିବା ପରେ ପ୍ରସଂଗ ଶାନ୍ତ ପଡ଼ିଥିଲା । ବର୍ତ୍ତମାନ ରାଜସ୍ଥାନରେ କଂଗ୍ରେସ ସରକାର ଗଠନର ଅର୍ଦ୍ଧିାଧିକ ସମୟ ବିତିସାରିଥିବା ବେଳେ ମନ୍ତ୍ରିମଣ୍ଡଳ ଅଦଳବଦଳ ଏକ ନିୟମିତ ପ୍ରକ୍ରିୟା ବୋଲି ମଧ୍ୟ କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ମହୁଠାରୁ ବି ମିଠା କଥା କହିଲେ ମୋଦି, ହେଲେ ଭରସା ପାଉନି; ରାକେଶ ଟିକାୟତ

Latest Posts

Don't Miss