ନିଜାମୁଦ୍ଦିନ ଯାଇଥିଲେ ୧୦୪କୁ ଫୋନ୍ କରିବାକୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  କରୋନାକୁ ହରାଇବା ପାଇଁ ନବୀନ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ।  କେବଳ ସଚେତନ ହେଲେ ହିଁ କରୋନାକୁ ରୋକି ହେବ । ନଡରି କରୋନାର ମୁକାବିଲା କରିବା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି ।

ତବଲିଗି ଜମାତର ମୌଲାନା ସାଦକୁ କ୍ରାଇମବ୍ରାଞ୍ଚର ନୋଟିସ୍, ପଚରାଗଲା ୨୬ ପ୍ରଶ୍ନ

କେହି ବ୍ୟକ୍ତି ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶକୁ ଯାଇଥିଲେ, ବିଳମ୍ବ ନ କରି ଯଥାଶୀଘ୍ର ୧୦୪କୁ ଫୋନ କରି ଜଣାନ୍ତୁ । କରୋନା ମୁକାବିଲା ପାଇଁ ସଟ୍‌ଡାଉନ୍‌ ଓ ଲକ୍‌ଡାଉନ ସଫଳ କରିବାକୁ ହେଲେ ଘରେ ରହିବା ନିହାତି ଆବଶ୍ୟକ । ସେ ଓ ତାଙ୍କ ସରକାର ଲୋକଙ୍କ ସହ ଅଛନ୍ତି ବୋଲି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି ।

ତବଲିଗି ଜମାତର ମୌଲାନା ସାଦକୁ କ୍ରାଇମବ୍ରାଞ୍ଚର ନୋଟିସ୍, ପଚରାଗଲା ୨୬ ପ୍ରଶ୍ନ

Leave a Reply