‘ଥିଲେ ଦିଅ, ନଥିଲେ ନିଅ’ ଅଭିଯାନ କ୍ରମରେ ୩୪ ନମ୍ୱର ଓ୍ୱାର୍ଡରେ ବସ୍ତ୍ର ଓ ଛତା ବଣ୍ଟନ

1 min read

ଭୁବନେଶ୍ୱର: ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ‘ଥିଲେ ଦିଅ, ନଥିଲେ ନିଅ’ ଅଭିଯାନ ଜରିଆରେ ଗରିବ ଲୋକଙ୍କୁ ବସ୍ତ୍ର ଓ ଛତା ପ୍ରଦାନ କରାଯାଇଛି । ଆଜି ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମର ୩୪ ନମ୍ବର ୱାର୍ଡରେ ଅଭାବୀ ଲୋକଙ୍କୁ ଏହି ସାମଗ୍ରୀ ବଣ୍ଟନ କରାଯାଇଛି । ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମ ମାଧ୍ୟମରେ ସଂଗ୍ରହ କରାଯାଇଥିବା ପୁରୁଣା, ନୂତନ ବସ୍ତ୍ର ଏବଂ ଛତାକୁ ଗରିବ ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଇଛି । ବସ୍ତ୍ର ଅଭାବ ଥିବା ଏବଂ ଛତା ଅଭାବ ଥିବା ଲୋକମାନଙ୍କୁ ଖଣ୍ଡେ ବସ୍ତ୍ର ଓ ଗୋଟେ ଛତା ଦେଇ ସେହିମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ‘ଉଡ୍ର’ ତରଫରୁ ଏହା ଏକ ଛୋଟ ପ୍ରୟାସ । ଏହି ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ସ୍ଥାନ ମାନଙ୍କରେ ବିଗତ ୬ ବର୍ଷ ହେବ ହୋଇଆସୁଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।


ପୂର୍ବବର୍ଷ ୨୫ ହଜାରରୁ ଉର୍ଦ୍ଧ୍ୱ ବସ୍ତ୍ର ବଣ୍ଟନ କରାଯାଇଥିଲା । ଏହି ଅଭିଯାନ ମାଧ୍ୟମରେ ଆପଣ ଆପଣଙ୍କର ପୁରୁଣା ବସ୍ତ୍ରକୁ ଦିଅନ୍ତୁ ଏକ ନୂତନ ଜୀବନ ଦେବାକୁ ସଂସ୍ଥା ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ୩୪ ନମ୍ୱର ଓ୍ୱାର୍ଡ କର୍ପୋରେଟର ପୁଷ୍ପାଞ୍ଜଳୀ ସେଠୀ, ନରେନ୍ଦ୍ର କୁମାର ସେଠୀ, ରୁଦ୍ରାକ୍ଷ ପାଣିଗ୍ରାହୀ, ରାଜେନ୍ଦ୍ର ଆଚାର୍ଯ୍ୟ, ଲୋକନାଥ ପଣ୍ଡା, ମମତା ରାଉତ, ତୁଷାର ପଟ୍ଟନାୟକ, ଶୀତଲ୍ ପାତ୍ର, ଜିନା ସାମଲ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଭୋଳ, ଦେବୀପ୍ରସାଦ ମଙ୍ଗରାଜ, ପ୍ରଭାତ ଶତପଥି, କିଶୋର ଦାସ, ଭାଗ୍ୟଧର ସାମଲ, ବାବୁ ବାବୁ, ପୱନ ପାତ୍ରୋ, ଜୋଷିକା ବୋଷ, ତାପି ମିଶ୍ର ଓ “ଉଡ୍ର” ପରିବାରର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: ସ୍ୱାମୀଙ୍କ ପାଇଁ ସୁପାରୀ ଦେବା ମାମଲା: NHRC ଚେୟାର ପର୍ସନ କହି ଟଙ୍କା ଆଦାୟ କରୁଥିଲେ ସ୍ତ୍ରୀ