ଆଦିବାସୀ ଯୁବପିଢ଼ିଙ୍କୁ ନେଇ BSFର ଭାବ ବିନିମୟ କାର୍ଯ୍ୟକ୍ରମ

Closing Ceremony Of 13th Tribal Youth Exchange Program BSF Koraput

କୋରାପୁଟ: ବିଏସଏଫ୍ ପକ୍ଷରୁ ୧୩ତମ ଆଦିବାସୀ ଯୁବପିଢ଼ି ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଏସଏଫ୍ କୋରାପୁଟ ଓ ନେହରୁ ଯୁବ କେନ୍ଦ୍ର  ସଂଗଠନ ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମୋଟ ୫୫ ଜଣ ଆଦିବାସୀ ଯୁବକ ଯୁବତୀ (୪୪ ପୁରୁଷ ଓ ୧୧ ମହିଳା) ସାମିଲ୍ ହୋଇଥିଲେ । କୋରାପୁଟ ଜିଲ୍ଲାର ଦୁର୍ଗମ ବନ୍ଧୁଗାଁ, ନାରାୟଣପାଟଣା, ଲକ୍ଷ୍ମୀପୁର, ବୈପାରିଗୁଡ଼ା ଓ ଲମତାପୁଟ ବ୍ଲକର ଦୁର୍ଗମ ଅଞ୍ଚଳରୁ ଯୁବପିଢ଼ିଙ୍କୁ ଏଥିରେ ସାମିଲ୍ କରାଯାଇଥିଲା । ଆଦିବାସୀ ଯୁବକଯୁବତୀଙ୍କୁ ମାର୍ଚ୍ଚ ୩୦ରୁ ଏପ୍ରିଲ୍ ୫ ଯାଏ ସପ୍ତାହେ ବ୍ୟାପୀ ଜମ୍ମୁକାଶ୍ମୀରର ବିଭିନ୍ନ ସ୍ଥାନ ବୁଲାଇଥିଲେ ।

Closing Ceremony Of 13th Tribal Youth Exchange Program BSF Koraput

ବର୍ଡର ଆଉଟ୍ ପୋଷ୍ଟ ସହ ଅନ୍ତର୍ଜାତୀୟ ବର୍ଡର, ମାନସରୋବର ହ୍ରଦ, ସମ୍ବା, ପାଟନିଟପ୍ ଆଦି ସ୍ଥାନ ପରିଦର୍ଶନ କରାଇବା ସହ ଜମ୍ମୁର ସରସ୍ୱତୀ ଧାମରେ ଡିବେଟ୍ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଜମ୍ମୁ ବୁଲିବା ସହ ଆଦିବାସୀ ଯୁବକଯୁବତୀ କୋରାପୁଟ ଫେରିଛନ୍ତି । କୋରାପୁଟ ବିଏସଏଫ୍ ଡିଆଇଜି ମଦନ ଲାଲ୍ ସେମାନଙ୍କ ସହ ବାର୍ତ୍ତାଳାପ କରି ଶୁଭେଚ୍ଛା ଜଣାଇଛନ୍ତି ।

Closing Ceremony Of 13th Tribal Youth Exchange Program BSF Koraput

ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଦେଶଭକ୍ତି ଜାଗ୍ରତ କରିବା । ବିଭିଧତା ମଧ୍ୟରେ ସଂସ୍କୃତି, ଭାଷା, ପୋଷାକ, ଚାଲିଚଳଣୀ ସହ ସାମାଜିକ ଅର୍ଥନୈତିକ ଅଭିବୃଦ୍ଧିକୁ ଫୋକସରେ ରଖାଯାଇଛି । ଜମ୍ମୁ ବୁଲି ଆସିବା ପରେ ଆଦିବାସୀ ଯୁବକଯୁବତୀ ଖୁସି ପ୍ରକାଶ କରିଛନ୍ତି । ଏଥିସହ ସେମାନେ ବିଏସଏଫର କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି ।