ନିଜ ଜାଲରେ ନିଜେ ଫସିଲେ ବଣ୍ଟି ଔର ବବଲି

ଭୁବନେଶ୍ୱର:  420 ପ୍ରେମିକାକୁ ଚୁନା ଲଗାଇଲା ପ୍ରେମିକ । ପ୍ଲାନ କଲେ ମିଳିମିଶି ଲୁଟୁଥିଲେ ଆଉ ଭାଗ ବାଣ୍ଟି ମଉଜ ମଜଲିସ କରୁଥିଲେ । ହେଲେ ପ୍ରେମିକ ଯେ ନିଜର ଏକ ସେକଣ୍ଡ ପ୍ଲାନ ବନାଇ ଥିଲା, ସେ ସମ୍ପର୍କରେ ଜାଣିନଥିଲା ପ୍ରେମିକା  । ଲୋକଙ୍କୁ ଚାକିରୀ କରାଇଦେବାର ପ୍ରତିଶୃତି ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ପ୍ରେମିକ ପ୍ରେମିକା । ହେଲେ ପରେ ସବୁ ଟଙ୍କା ନେଇ ଏକା ଫେରାର ମାରିଲା ଦଗାଦିଆ ପ୍ରେମିକ । ଆଉ ଏବେ ହରଡଘଣାରେ ଫସିଯାଇଛନ୍ତି ପ୍ରେମିକା ଜଣକ ।

ତେବେ ମହିଳାଙ୍କ ଘର ଢେଙ୍କାନାଳରେ ହୋଇଥିବା ବେଳେ ଦୁହେଁ ଫ୍ରଡ ଲଭର ରାଜଧାନୀର ମଧୁସୂଦନ ନଗରରେ ରହୁଥିଲେ । ଖାଲି ମଧୁସୂଦନ ନଗର ନୁହେଁ ଲୁଟ କରିବା ପରେ ନିଜର ଜାଗା ବଦଳାଇବାରେ ଓସ୍ତାଦ ଥିଲେ ଦୁହେଁ । ହେଲେ ଶେଷରେ ପାଖା ପାଖି ୨୦ ଲକ୍ଷ ଟଙ୍କା ପଟି ମାରି ଚାଲିଯାଇଛି ଦଗାଦିଆ ପ୍ରେମିକ | ସେପଟେ ଠକେଇ ର ଶିକାର ହୋଇଥିବା ଲୋକେ ଏବେ ଘେରିଲେଣି ପ୍ରେମିକାକୁ ହେଲେ ପ୍ରେମିକା ବା କରିବ କଣ ସିଏ ତ ନିଜେ ସେଇ ଠକେଇର ଶିକାର ହୋଇ କାନମୁଣ୍ଡା ଆଉଁସୁଛନ୍ତି । ଶେଷରେ ବାଧ୍ୟ ହୋଇ ମହିଳା ଥାନାର ଦ୍ୱାରସ୍ଥ ହୋଇଛି ପ୍ରେମିକା ଜଣକ | ପୋଲିସ ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ନେବ ତାହା ଦେଖିବା ବାକି ରହିଲା  ।