ଜାଲ୍ ଜାତି ପ୍ରମାଣ ପତ୍ର ଦେଇ ୨୪ ବର୍ଷ ହେବ ଚାକିରି କରିଥିଲେ ଲକ୍ଷ୍ମୀପ୍ରିୟା

ମାଲାକାନଗିରି: ମହଙ୍ଗା ପଡିଲା ଜାଲ୍ ଜାତି ପ୍ରମାଣ ପତ୍ର । ବହିଷ୍କୃତ ହେଲେ ହେଲେ ମାଲାକାନଗିରି ମଙ୍ଗଳ ବିଭାଗର ବରିଷ୍ଠ କିରାଣୀ ଲକ୍ଷ୍ମୀପ୍ରିୟା ବେହେରା । ମିଛ ଜାତିଗତ ପ୍ରମାଣ ପତ୍ରର ପ୍ରମାଣ ପାଇବା ପରେ ବହିଷ୍କାର କଲେ ଜିଲ୍ଲାପାଳ  । ଲକ୍ଷ୍ମୀପ୍ରିୟା ଏସଇବିସି ବର୍ଗର ହୋଇଥିବାବେଳେ ଆଦିବାସୀ ପ୍ରମାଣ ପତ୍ର ଦେଇ ଦୀର୍ଘ ୨୪ ବର୍ଷ ଧରି ଚାକିରି କରୁଥିଲେ  ।

ଆରଡିସିଙ୍କ ନିକଟରେ ଅଭିଯୋଗ ପରେ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା  । ଅଭିଯୋଗ ପ୍ରମାଣିତ ହେଲା ପରେ ଲକ୍ଷ୍ମୀପ୍ରିୟାଙ୍କୁ ବହିଷ୍କାର କରିଛନ୍ତି ଜିଲ୍ଲାପାଳ  । ଏହା ସହିତ ସେ ଚାକିରୀ କାଳରେ ନେଇଥିବା ସମସ୍ତ ଟଙ୍କା ଫେରସ୍ତ କରିବାକୁ ନୋଟିସ୍ ହୋଇଛି । ବହିଷ୍କାର ନେଇ ଲକ୍ଷ୍ମୀପ୍ରିୟାଙ୍କ ସରକାରୀ ବାସଭବନ ଆଗରେ ନୋଟିସ୍ ମରାଯାଇଛି  । ଅନ୍ୟପଟେ ତତ୍କାଳୀନ ଜୁନାଗଡ ତହିସିଲଦାର କେଉଁ ଆଧାରରେ ତାଙ୍କୁ ଆଦିବାସୀ ପ୍ରମାଣ ପତ୍ର ପ୍ରଦାନ କଲେ ସେନେଇ ତହସିଲଦାରଙ୍କୁ ନୋଟିସ୍ କରିଛି ପ୍ରଶାସନ  ।

ସୂଚନା ଅନୁସାରେ, କିଛିଦିନ ହେବ କିରାଣୀ ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗ ହୋଇଥିଲା ।  ଏବଂ ଅଭିଯୋଗ ପରେ ଆରମ୍ଭ ହୋଇଥିଲା ତଦନ୍ତ । ଏବଂ ତଦନ୍ତ ପରେ ହିଁ ସତ ସାମ୍ନାକୁ ଆସିଥିଲା ଏବଂ ଲକ୍ଷ୍ମୀପ୍ରିୟା ଆଦିବାସୀ ବର୍ଗ ନୁହେଁ ବରଂ ଏସଇବିସି  ବର୍ଗର ବୋଲି ଜଣାପଡ଼ିଥିଲା । ତେବେ ଏମିତି ଲକ୍ଷ୍ମୀପ୍ରିୟା ଜଣେ ଅଛନ୍ତି ନାଁ ଆହୁରି ବି ଏମିତି ମିଛ ପ୍ରମାଣ ପତ୍ର ଦେଇ ଚାକିରି କରିଛନ୍ତି ସେନେଇ ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।

Leave a Reply