spot_img

Latest Posts

ଏଣିକି ସରକାର ଆଉ ବାକିରେ କିଣିପାରିବେନି ଏୟାର ଇଣ୍ଡିଆ ଟିକେଟ, ନଗଦ ଅର୍ଥ ଦେଇ କିଣିବାକୁ ପଡିବ ଟିକେଟ

ନୂଆଦିଲ୍ଲୀ: ଏଣିକି ସରକାର ଆଉ ବାକିରେ କିଣାଯାଇପାରିବନି ଏୟାର ଇଣ୍ଡିଆ ଟିକେଟ୍। ଏହାସହ ଏୟାର ଇଣ୍ଡିଆର ବକେୟା ରାଶି ତୁରନ୍ତ ପୈଠ କରିବା ଲାଗି ସମସ୍ତ ମନ୍ତ୍ରାଳୟ ଓ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ। ବର୍ତ୍ତମାନଠାରୁ ବାକିରେ ନୁହେଁ ବରଂ ନଗଦ ଅର୍ଥ ଦେଇ ଟିକେଟ କିଣିବାକୁ ପଡିବ। ଗତ ଦୁଇ ସପ୍ତାହ ତଳେ ଟାଟା ଗ୍ରୁପ ଅଧୀନସ୍ଥ ଟେଲେସ ପ୍ରାଇଭେଟ ଲିମିଟେଡକୁ ୧୮ ହଜାର କୋଟି ଟଙ୍କାରେ ସରକାର ଏୟାର ଇଣ୍ଡିଆକୁ ବିକିବା ଲାଗି ନିଷ୍ପତ୍ତି ନେଇଥିଲେ।

ଅର୍ଥ ମନ୍ତ୍ରାଳୟର ପୂର୍ବ ନିୟମ ଥିଲା ଯେ, ଯେଉଁ ଯେଉଁ କ୍ଷେତ୍ରରେ ସରକାର ଲିଭ୍ ଟ୍ରାଭେଲ କନସେସନ ବା ଏଲଟିସି, ଆଭ୍ୟନ୍ତରୀଣ ଓ ଆନ୍ତର୍ଜାତିକ ଯାତ୍ରା ବାବଦ ଖର୍ଚ୍ଚ ବହନ କରୁଥିଲେ ସେ କ୍ଷେତ୍ରରେ କେବଳ ଏୟାର ଇଣ୍ଡିଆ ପ୍ରଯୁଜ୍ୟ ଥିଲା। ଅର୍ଥାତ କେବଳ ଏୟାର ଇଣ୍ଡିଆରେ ହିଁ ନିର୍ଦ୍ଦିଷ୍ଟ ବର୍ଗର ସରକାର ଅନୁମୋଦିତ ଯାତ୍ରୀ ଯାଇପାରୁଥିଲେ। ମାତ୍ର ଏୟାର ଇଣ୍ଡିଆ ବିକ୍ରି ହେବା ପରେ ଏସବୁ ବ୍ୟବସ୍ଥା ବନ୍ଦ ହୋଇଛି।

ବାକିରେ ଟିକେଟ କିଣିବା ପ୍ରକ୍ରିୟାର ଅନ୍ତ ଘଟିଛି। ବିଭିନ୍ନ ସହଯୋଗୀ ପ୍ରତିଷ୍ଠାନ, ଅଫିସ, ସଂସ୍ଥାକୁ ଏନେଇ ଅବଗତ କରାଇବା ଲାଗି ମନ୍ତ୍ରାଳୟ ଓ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏୟାର ଇଣ୍ଡିଆକୁ କିଣିବା ଲାଗି ଗତ ୨୫ ତାରିଖରେ ଟାଟା ସନ୍ସ ସହ ସରକାର ସେୟାର ପର୍ଚେଜ ଏଗ୍ରିମେଣ୍ଟ କରିଥିଲେ। ଡିସେମ୍ବର ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବା ପୂର୍ବରୁ ସମସ୍ତ ନିୟାମକ ପ୍ରକ୍ରିୟା ସାରିବାକୁ ସରକାର ପଦକ୍ଷେପ ନେଇଛନ୍ତି।

ବିକ୍ରି ରାଜିନାମା ଅନୁସାରେ ଟାଟା ସନ୍ସ ନଗଦ ୨୭୦୦ କୋଟି ଟଙ୍କା ଦେବ ଏବଂ ଅବଶିଷ୍ଟ ୧୫ ହଜାର ୩୦୦ କୋଟି ଟଙ୍କା ଋଣ ଆକାରରେ ପ୍ରଦାନ କରିବ। ଏୟାର ଇଣ୍ଡିଆରୁ ୧୦୦ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ଅଗଷ୍ଟ ୩୧ ସୁଦ୍ଧା ଏୟାର ଇଣ୍ଡିଆର ମୋଟ ଋଣ ପରିମାଣ ଥିଲା ୬୧ ହଜାର ୫୬୨ କୋଟି ଟଙ୍କା।

Latest Posts

Don't Miss