ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ପୂର୍ବରୁ ଚଟାଣ ସଫା କରୁଥିଲେ ରବିନା ଟଣ୍ଡନ

1 min read

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ଏବେ KGF Chapter-2ର ସଫଳତାକୁ ଉପଭୋଗ କରୁଛନ୍ତି । ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ହିଟ୍‌ ହୋଇଛି । ସମସ୍ତେ ଏହି ଫିଲ୍ମ ଦେଖିବ ମାତ୍ରେ ମୁହଁରୁ wow ବୋଲି ବାହାରି ଆସୁଛି । ଏହି ଆକ୍ସନ ଫିଲ୍ମରେ ରବିନା ଟଣ୍ଡନ ପ୍ରଧାନମନ୍ତ୍ରୀ ରମିକା ସେନ୍‌ ଚରତ୍ରରେ ନଜର ଆସିଛନ୍ତି ।

ରବିନା ରୂପେଲି ପରଦାରେ  ନିଛକ ଅଭିନୟ ମାଧ୍ୟମରେ ବର୍ଷ ବର୍ଷ ଧରି ଦର୍ଶକଙ୍କ ହୃଦୟରେ ରାଜ୍‌ କରି ଆସୁଛନ୍ତି । ପ୍ରତ୍ୟେକଟି ଫିଲ୍ମରେ ତାଙ୍କର ଜଲଓ୍ୱା ଦେଖିବାକୁ ମିଳିଛି । ସେଥିପାଇଁ ସେ କୋଟି କୋଟି ହୃଦୟରେ ରାଜ୍‌ କରୁଛନ୍ତି ।  କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ କ’ଣ କରୁଥିଲେ ଏହି ବଲିଉଡ ବିୟୁଟି ? ନିଜେ ତାହାର ଖୁଲାସା କରିଛନ୍ତି ରବିନା ଟଣ୍ଡନ । କିନ୍ତୁ ତାଙ୍କର ଏହି କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ରବିନାଙ୍କ କହିବା ହେଉଛି,  ସେ ଫିଲ୍ମରେ ପ୍ରବେଶ କରିବା ପୂର୍ବରୁ  ଷ୍ଟୁଡିଓର ଚଟାଣ ସଫା କରୁଥିଲେ । ପ୍ରହଲ୍ଲାଦ କକ୍କରଙ୍କ ଆସିଷ୍ଟାଣ୍ଟ ଭାବରେ ସେ ଷ୍ଟୁଡିଓରେ ଏହି କାମ କରୁଥିଲେ । ସେତେବେଳେ ସେ ଦଶମ ଶ୍ରେଣୀ ପଢ଼ୁଥିଲେ । ଦିନେ ସେମାନେ ପଚାରିଲେଯେ, ତୁମେ ପରଦା ପଛରେ କ’ଣ କରୁଛ?  ତୁମେ ପରଦା ପାଇଁ ଜନ୍ମ ହୋଇଛ । କିନ୍ତୁ ରବିନା ମନା କରିଥିଲେ  । ତେବେ କେବେ ମଧ୍ୟ ଯଦିଓ ଅଭିନୟ କଥା ଭାବିନଥିଲେ କିନ୍ତୁ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ । ଯେତେବେଳେ ପ୍ରହଲ୍ଲାଦ କକ୍କରଙ୍କ ଷ୍ଟୁଡିଓରେ କେହି ମଧ୍ୟ ମଡେଲ ନଥାନ୍ତି ସେତେବେଳେ ରବିନା ମେକଅପ୍‌ ନେଇ ପୋଜ୍‌ ଦିଅନ୍ତି । ଏପହାରେ ହଠାତ୍‌ ଦିନେ ଭାବିଲେ ଏ ସବୁ ସେ ମାଗଣାରେ କାହିଁକି କରିବେ ? କିଛି ପକେଟ୍‌ ମନି ତ ମିଳିଯିବ । ଯାହାପରେ ସେ ମଡେଲିଂ ଆରମ୍ଭ କରିଥିଲେ ।  ନାଚ, ଗୀତ ଆଦିରେ ପାରଙ୍ଗମ ନଥିଲେ ମଧ୍ୟ ଫିଲ୍ମ ଅଫର ଆସିବା ପରେ ସେ ଧୀରେଧୀରେ ଶିଖିଥିଲେ ।

ଯଦି ତାଙ୍କ ଆଗାମି ଫିଲ୍ମ ବିଷୟରେ ଆଲୋଚନା କରିବା ତେବେ, ସେ ଖୁବଶୀଘ୍ର ରୋମାଂଟିକ୍‌ କମେଡି ଫିଲ୍ମ ଘୁଡଚଡ଼ିରେ ନଜର ଆସିବେ ।