ସ୍କୁଲ ଓ ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି: ପ୍ରଥମରୁ ଅଷ୍ଟମ ସବୁ ଛାତ୍ରଛାତ୍ରୀ ପାସ୍

ଭୁବନେଶ୍ୱର: କରୋନା ପାଇଁ ଘରେ ଲକ୍‌ଡାଉନ୍‌ ହୋଇ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଖବର । ପ୍ରଥମରୁ ଅଷ୍ଟମ ଶ୍ରେଣୀ ସବୁ ଛାତ୍ରଛାତ୍ରୀ ପାସ ବୋଲି ଘୋଷଣା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏନେଇ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି । ନବମରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ପାଇଁ ବିଦ୍ୟାଳୟସ୍ତରରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ପରୀକ୍ଷା ସରିଥିଲେ ବାର୍ଷିକ ପରୀକ୍ଷା ଫଳାଫଳକୁ ବିଚାରକୁ ନିଆଯିବ । ପରୀକ୍ଷା ହୋଇନଥିଲେ ଷାଣ୍ମାସିକ ପରୀକ୍ଷା ନମ୍ବର ଉତ୍ତୀର୍ଣ୍ଣର ଆଧାର ହେବ । ଷାଣ୍ମାସିକ ପରୀକ୍ଷା ଦେଇନଥିଲେ ୟୁନିଟ୍‌ ଟେଷ୍ଟ ମାର୍କ ଗଣାଯିବ । ଯୁକ୍ତ ୨ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ପାଇଁ ସ୍କୁଲ ଓ କଲେଜସ୍ତରରେ ନିଷ୍ପତ୍ତି ନିଆଯିବ । ଷାଣ୍ମାସିକ ପରୀକ୍ଷା ଫଳାଫଳ ଅଧାର କରି ଉତ୍ତୀର୍ଣ୍ଣ ହେବେ । ଷଣ୍ମାସିକ ଦେଇନଥିଲେ ଆଉଥରେ ପରୀକ୍ଷା ଦେବାର ସୁଯୋଗ ମିଳିବ । ସାନି ଟେଷ୍ଟ କଲେଜ ଖୋଲିବା ପରେ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

Leave a Reply