୧୨ ବର୍ଷ ବୟସରେ କରିଛନ୍ତି ଲକ୍ଷେ ଟଙ୍କାର ଚାକିରି, ଜଣନ୍ତୁ କିଏ ସେ ବିସ୍ମୟ ବାଳକ

1 min read

ହାଇଦ୍ରାବାଦ : ୧୨ ବର୍ଷର ବାଳକ । ବୁଦ୍ଧିରେ କାହାକୁ ବି ମାତ୍ ଦେବାର ରହିଛି କ୍ଷମତା । ବଡ଼ ବଡ଼ ଆନାଲିଷ୍ଟ ଦୀର୍ଘ ବର୍ଷ ପରେ ଯେଉଁ କାମ କରନ୍ତୁ ସେ ଏତେ କମ୍ ବୟସରେ ତାହାକୁ କରି ଦେଖାଉଛନ୍ତି । ଘଟଣାଟି ହାଇଦ୍ରାବାର ।

ହାଇଦ୍ରାବାଦର ଏକ ସଫ୍ଟ ୱେୟାର କମ୍ପାନୀରେ Data Scientist ପଦବୀରେ ଜଣେ ୧୨ ବର୍ଷର ବାଳକକୁ ନିଯୁକ୍ତ କରାଯାଇଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିବା ପରେ ଏହି ବାଳକ ଜଣଙ୍କ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି । ସେ ବାଳକଙ୍କ ନାଁ ହେଉଛି, ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲୀ ଓ ସେ ସପ୍ତମ ଶ୍ରେଣୀର ଛାତ୍ର । ଚୌତନ୍ୟା ସ୍କଲରେ ସେ ପାଠ ପଢ଼ୁଛନ୍ତି । ତାଙ୍କୁ ହାଇଦ୍ରାବାଦର ମୋଣ୍ଟିଜେନି ସ୍ମାର୍ଟ ବିଜନେସ୍ ସଲ୍ୟୁସନ୍ ନାମକ ସଫ୍ଟୱେୟାର କମ୍ପାନୀର Data Scientist ପଦରେ ନିଯୁକ୍ତି ଦିଆଯାଇଛି ।

୧୨ ବର୍ଷର ବାଳକ ସିଦ୍ଧାର୍ଥ ଶ୍ରୀବାସ୍ତବ

ସିଦ୍ଧାର୍ଥଙ୍କ କହିବା ଅନୁସାରେ, ‘ମୋ ବୟସ ୧୨ ବର୍ଷ ଏବଂ ମୁଁ  Montaigne Smart Business Solutions କମ୍ପାନୀରେ Data Scientist ଭାବେ କାମ କରୁଛି । ମୁଁ ଶ୍ରୀ ଚୌତନ୍ୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଛି ଏବଂ ଏତେ କମ ବର୍ଷ ବୟସରୁ ସଫ୍ଟ ୱେୟାର କମ୍ପାନୀର ଜଣେ କର୍ମଚାରୀ ହେବା ପାଇଁ ମୋର ସବୁଠୁ ବଡ଼ ପ୍ରେରଣା ହେଉଛନ୍ତି ତନ୍ମୟ ବକ୍ସି । ସେ ଗୁଗୁଲ କମ୍ପାନୀରେ ଖୁବ କମ ବୟସରୁ କାମ କରିବା ଆରମ୍ଭ କରିଦେଇଥିଲେ ଏବଂ କୃତ୍ରିମ କାରିଗରୀ (ଆର୍ଟଫିସିଆଲ୍ ଇଣ୍ଟେଲିଜେନ୍ସ) ବିପ୍ଳବରେ ଅଗ୍ରଣୀ ଭୂମିକା ନେଇଥିଲେ । ତାଙ୍କର କାମରେ ବେଶ୍ ଅନୁପ୍ରାଣିତ ହୋଇଥିଲେ ସିଦ୍ଧାର୍ଥ ।

ସିଦ୍ଧାର୍ଥ ତାଙ୍କ ବାପାଙ୍କୁ ଧନ୍ୟବାଦ ଦେଇଛନ୍ତି । କହିଛନ୍ତି ସେ, ଖୁବ କମ ବୟସରୁ ହିଁ କୋଡିଂ, ଡିକୋଡଂ ତାଙ୍କୁ ଶିଖାଇବାରେ ସକ୍ଷମ ହୋଇଛନ୍ତି । ଏତେ କମ ବୟସରୁ ତାଙ୍କୁ ଚାକିରି କରିବା ପାଇଁ ଯଦି କେହି ସାହାଯ୍ୟ କରିଛନ୍ତି ତେବେ ସେ ତାଙ୍କ ବାପା ବୋଲି ସିଦ୍ଧାର୍ଥ ଗର୍ବର ସହ କହିଛନ୍ତି । ସବୁ ଉପଲବ୍ଧିର ଶ୍ରେୟ ସେ ତାଙ୍କ ବାପାଙ୍କୁ ଦେଇଛନ୍ତି ।

Leave a Reply