ଅଭିଯୁକ୍ତକୁ ଧରିବାକୁ ଯାଇ ଛେଚା ଖାଇଲା ପୋଲିସ, ୩ ଆହତ

Police Paradeep

ପାରାଦୀପ: ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ ହଟ୍ଟହଟ୍ଟା । ପାରାଦୀପ ଗଡ଼ ଗ୍ରାମର ଦଳେଇ ସାହିରେ ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହୋଇଛି ପାରାଦୀପ ଅଭୟଚାନ୍ଦପୁର ପୋଲିସ । ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ଏସଆଇ ଆହତ ହୋଇଛନ୍ତି । ଥାନା ଗାଡ଼ିରୁ ଅଭିଯୁକ୍ତ ଯୁବକକୁ ନେଇ ଯାଇଛନ୍ତି ଗ୍ରାମବାସୀ ।

ପାରାଦୀପ ଗଡ଼ ଦଳେଇ ସାହିର ତ୍ରିନାଥ ଦଳେଇଙ୍କ ନାଁରେ ଅଭୟଚାନ୍ଦପୁର ଥାନାରେ ଏକ ମାମଲା ରହିଥିଲା । ହେଲେ ସେ ଦୀର୍ଘ ଦିନ ଧରି ଫେରାର ଥିଲେ । ତେବେ ତ୍ରିନାଥ ଗାଁକୁ ଆସିଥିବା ଖବର ପାଇ ଏସ୍‌ଆଇ ଆଶୁତୋଷ ହୋତାଙ୍କ ନେତୃତ୍ୱରେ ଏକ ଟିମ୍ ଚଢଉ କରି ତାଙ୍କୁ ଗିରଫ କରିଥିଲା । ମାତ୍ର ହଠାତ୍ ଗାଁର କିଛି ଯୁବକ ପୋଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଗାଁ ଲୋକଙ୍କ ଆକ୍ରମଣରେ ଏସଆଇ ଆଶୁତୋଷ ହୋତା ଆହତ ହୋଇଛନ୍ତି । ତାଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ପାରାଦୀପ ଏଏସ୍‌ପିଙ୍କ ସମେତ ପାରାଦୀପ ଲକ୍ ଥାନା ଆଇଆଇସି ପହଞ୍ଚିଛନ୍ତି । ପାରାଦୀପ ଗଡ଼ ଗାଁରେ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇ ଗାଁକୁ ସିଲ୍ କରାଯାଇଛି ।

Leave a Reply