ଝାରପଡା ଜେଲରେ ଗୋଷ୍ଠୀ ସଙ୍ଘର୍ଷ ମାମଲା: ୨ ଜେଲ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ଭୁବନେଶ୍ୱର ଝାରପଡା ଜେଲରେ ଗୋଷ୍ଠୀ ସଙ୍ଘର୍ଷ ଓ ନିଶା ଦ୍ରବ୍ୟ ଚାଲାଣ ଘଟଣା । ୨ ଜେଲ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ଜଣେ ୱାର୍ଡରକୁ ନିଲମ୍ବିତ କରାଯାଇଥିବା ବେଳେ ଜଣଙ୍କୁ ବଦଳି କରାଯାଇଛି । ଜେଲର ୱାର୍ଡର ପ୍ରଭାତ କୁମାର ମହାରଣା ସସପେଣ୍ଡ ହୋଇଛନ୍ତି । ହାଇସିକ୍ୟୁରିଟି ସେଲ ଦାୟିତ୍ୱରେ ଥିବା ସତ୍ୱେ ପ୍ରଭାତ ଚକରା ବାରିକକୁ ଅନୁକମ୍ପା ଦେଖାଇ ଥିବା ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି । ଚକରା ଉପରେ ନଜର ନରଖି ତାକୁ ଖୋଲା ଛାଡିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି ।
ଗତ ୧୭ତାରିଖରେ ଚକରା ଓ ତାର ୩ ସହଯୋଗୀ ମିଶି ଜେଲ ଭିତରେ ଶମ୍ଭୁନାଥକୁ ମାଡ଼ ମାରିଥିଲେ । ସେହିପରି ନାଇଟ ଡ୍ୟୁଟିରେ ଥିବା ମଙ୍ଗୁଳି ସେଠୀ, ଚିପ ୱାର୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ନିଶାଦ୍ରବ୍ୟ କାରବାର ଏବଂ ନାଇଟ ଡ୍ୟୁଟିରେ ଥିଲା ବେଳେ,ନିଶାଦ୍ରବ୍ୟ କେମିତି ଜେଲ ଭିତରକୁ ଆସିଲା, ଆଉ ବାରମ୍ବାର ଜେଲ ସର୍ଚ୍ଚ ପରେ ବି ପୁଲିସ କେମିତି ନିଶାଦ୍ରବ୍ୟ ଜବତ କଲା ସେନେଇ ହୋଇଛି କାର୍ଯ୍ୟାନୁଷ୍ଠାନ ।
ଆଡମିନିଷ୍ଟ୍ରେଟିଭ ଗ୍ରାଉଣ୍ଡ ଏବଂ ଡ୍ୟୁଟିରେ ଅବହେଳା ପାଇଁ କାର୍ଯ୍ୟନୁଷ୍ଠାନ ହୋଇଛି । ସିସିଟିଭି ଫୁଟେଜରୁ ଦୋଷ ତ୍ରୁଟି ସ୍ପଷ୍ଟ ହୋଇଛି । ଗତ ୧୭ ତାରିଖରେ ଚକରା ଓ ତାର ୩ ସହଯୋଗୀ ମିଶି ଜେଲ ଭିତରେ ଶମ୍ଭୁନାଥକୁ ମାଡ଼ ମାରିଥିଲେ । ପରେ ପୋଲିସ ଚଢ଼ାଉ କରି ନିଶାଦ୍ରବ୍ୟ ପାଇଥିଲା । ଜେଲ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଜଣେ ଡ଼ିଆଇଜି ଓ ଅନ୍ୟ ଜଣେ ସିନିୟର ଜେଲ ସୁପରିଟେଣ୍ଡେଣ୍ଟ ଘଟଣାର ତଦନ୍ତ କରୁଥିଲେ ।