spot_img

Latest Posts

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଗଣ୍ଡଗୋଳ ; ଇଷ୍ଟ ହଷ୍ଟେଲ ଓ ନିଉ ହଷ୍ଟେଲ ଛାତ୍ର ମୁହାଁମୁହିଁ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଭିତରେ ଗଣ୍ଡଗୋଳକୁ ନେଇ ଉତ୍ତେଜନା । ଇଷ୍ଟ ହଷ୍ଟେଲ ଓ ନିଉ ହଷ୍ଟେଲ ଛାତ୍ରଙ୍କ ଭିତରେ ଗତକାଲି ରାତିରେ ସୃଷ୍ଟି ହୋଇଥିଲା ଉତ୍ତେଜନା। ଇଣ୍ଟର ହଷ୍ଟେଲ ମ୍ୟାଚ୍ ଖେଳ ବେଳେ ଉଭୟ ହଷ୍ଟେଲ ପିଲାଙ୍କ ଭିତରେ ହାରଜିତକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହି ପାଟିତୁଣ୍ଡ ପରେ ନିଉ ହଷ୍ଟେଲ ଓ ଇଷ୍ଟ ହଷ୍ଟେଲ ପିଲା ମୁହାଁମୁହିଁ ହୋଇଥିଲେ। ପରେ ଅଧିକ ଉତ୍ତେଜନା ପ୍ରକାଶ ପାଇଥିଲା।

ପରସ୍ପର ଉପରକୁ ଟେକା ପଥର ଫୋପଡ଼ା ଫୋପଡ଼ି କରିଥିଲେ। ପରିସ୍ଥିତ ବିଗିଡିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିଲା। ପୋଲିସ ପହଞ୍ଚି ଉଭୟ ହଷ୍ଟେଲର ପିଲାଙ୍କୁ ବୁଝା ସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। କ୍ୟାମ୍ପସ ଭିତରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।

Latest Posts

Don't Miss