ସୁରତରେ ପୋଲିସ ଏବଂ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ସଂଘର୍ଷ, ସ୍ୱତନ୍ତ୍ର ଟ୍ରନ୍‌ ପାଇଁ ଦାବି

1 min read

ଗୁଜରାଟ: କରୋନା ମହାମାରୀକୁ ରୋକିବା ଦେଶରେ ତୃତୀୟ ଥର ପାଇଁ ଲକଡାଉନ୍ ଜାରି ହୋଇଛି । ଯାହା ପ୍ରବାସୀ ଶ୍ରମିକ ମାନଙ୍କର ଧର୍ଯ୍ୟ ହରାଇଦେଇଛି । ସୋମବାର ଗୁଜୁରାଟର ସୁରତରେ ପ୍ରବାସୀ ଶ୍ରମିକମାନେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି । ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରିବାକୁ ପୋଲିସ ଆଗରେ ଦାବି କରିଥିଲେ । ଖାଲି ସେତିକି ନୁହେଁ ଘରକୁ ଫେରିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ସେବା ପାଇଁ ଦାବି କରିଥିଲେ । ଏହାକୁ ଦୃଷ୍ଟିରେ ରଖି ପରିବେଶ ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଯାହାକୁ ନେଇ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଲା । ସୁରଟ ଉପକଣ୍ଠରେ ଥିବା ଭରେଲି ଗ୍ରାମ ନିକଟରେ ଏହି ଘଟଣା ଘଟିଛି  ।

ପୋଲିସ ଉପରେ ପ୍ରବାସୀ ଶ୍ରମିକ ମାନେ ଆକ୍ରମଣ କରିବା ପରେ ପୋଲି ମଧ୍ୟ ଆକ୍ସନ ମୁଡକୁ ଆସିଥିଲା । ପରିସ୍ଥିତି ଅଣାୟତ ହେଉଥିବାରୁ ପୋଲିସ ୧୪୪ ଧାରା ଜାରି କରିବା ପରେ ଲୁହ ବୁହା ଗ୍ୟାସ ମାଡ଼ କରିଥିଲା । ସେପଟେ କ୍ରୋଧିତ ଶ୍ରମିକମାନେ ସୁରତ-କାଦୋଦରା ରାସ୍ତାରେ ପାର୍କିଂ ହୋଇଥିବା ଗାଡିଗୁଡ଼ିକୁ ଭଙ୍ଗାରୁଜା କରିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି ।

Leave a Reply