ତିରୁପତି: ତିରୁମାଳା ମନ୍ଦିରରେ ସ୍ଥିତି ଅସମ୍ଭାଳ, ୩ ଜଣ ଭକ୍ତ ଆହତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁମାଳା ଭେଙ୍କଟେଶ୍ୱର ମନ୍ଦିରରେ ଆଜି ଶ୍ରଦ୍ଧାଳୁଙ୍କ ଭାରି ଭିଡ଼ ଜମିଛି । ଯେଉଁଥିପାଇଁ ମନ୍ଦିରରେ ଭିଡ଼ ବେକାବୁ । ଏଥିପାଇଁ ମନ୍ଦିର ପରିସର ଅସ୍ଥିର ହୋଇପଡ଼ିଛି ।  ସୂଚନା ଅନୁସାରେ, ସ୍ଥିତି ଏତେ ବିଗିଡ଼ିଗଲାଯେ, ତିନି ଜଣ ଭକ୍ତ ଏହା ମଧ୍ୟରେ ଆହତ ହୋଇଥିବା ଜଣାପଡ଼ିଛି ।  ସୂଚନା ଅନୁସାରେ ଏହି ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ କରିବାକୁ ଟିକେଟ୍‌ ପାଇଁ କାଉଣ୍ଟରରେ ଛିଡ଼ା ହୋଇଥିଲେ ।

ସର୍ବଦର୍ଶନମର ଅର୍ଥ ହେଉଛି, ସମସ୍ତଙ୍କ ଦର୍ଶନ । ତିରୁମାଳା ତିରୁପତି ଦେବସ୍ଥାନମ୍ସ, ଏଥିରେ ଭକ୍ତଙ୍କୁ ମାଗଣାରେ ଦର୍ଶନ ଦିଆଯାଏ ।  ସପ୍ତାହରେ ସମୟ ମଧ୍ୟ ଭିନ୍ନ ଭିନ୍ନ । ତେଣୁ ଦର୍ଶନ ମିଳିବା ବେଳେ ଲମ୍ବା ଲାଇନ୍‌ କରିବାକୁ ପଡ଼େ ।

ସୂଚନାଯୋଗ୍ୟ କରୋନା ସମୟରେ ତିରୁମାଳା ଭେଙ୍କଟେଶ୍ୱର ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ କରି ଦିଆଯାଇଥିଲା । ଚଳିତ ବର୍ଷ ମାର୍ଚ୍ଚ ୧୪ରେ ସେଠାରେ କରୋନା କଟକଣା ଉପରୁ ପ୍ରତିବନ୍ଧକ ଉଠିଯାଇଛି ।