ସମ୍ବିଧାନ କହିବାକୁ ଅଧିକାର ଦେଇଛି, ଚୁପ ରହିଲେ କୌଣସି ସମାଧାନ ହେବ ନାହିଁ: ପ୍ରଧାନ ବିଚାରପତି

ନାଗପୁର: ଭାରତର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଶନିବାର ଏକ କାର୍ଯ୍ୟକ୍ରମରେ ବଡ଼ ବୟାନ ଦେଇଛନ୍ତି । ଛାତ୍ରଛାତ୍ରୀ ଏବଂ ଲ’ ଗ୍ରାଜୁଏଟଙ୍କୁ ପରାମର୍ଶ ଦେଇଛନ୍ତି ଯେ ଚୁପ୍ ରହିଲେ ସମସ୍ୟାର ସମାଧାନ ହୋଇନଥାଏ ଏବଂ ଏହା ଉପରେ ଚର୍ଚ୍ଚା କରିବା ଏବଂ କହିବା ଜରୁରୀ ଅଟେ । ନାଗପୁରରେ ମହାରାଷ୍ଟ୍ର ନ୍ୟାସନାଲ ଲ’ ୟୁନିଭର୍ସିଟିର ପ୍ରଥମ ଦିକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି କହିଥିଲେ ଯେ ସମ୍ବିଧାନ ଏପରି ଏକ ଦସ୍ତାବିଜ ଅଟେ ଯାହା ସୁଶାସନ, ଗରିମା ଏବଂ ସ୍ୱାଧିନତାର ଉତ୍ପାଦନ ଅଟେ । ଏହା କହିବାକୁ ଅଧିକାର ଦେଇଥାଏ । ଆଇନ ପେଶାକୁ ଆପଣାଇ ସମସ୍ତଙ୍କୁ ଭାରତୀୟ ସମ୍ବିଧାନର ମୂଲ୍ୟକୁ ବଳବତ୍ତର ରଖିବା ଆବଶ୍ୟକ ।

ଏହାକୁ ଅଣଦେଖା କରିହେବନି ଯେ, ସମ୍ବିଧାନ ସାମାଜିକ, ରାଜନୈତିକ ଏବଂ ଆର୍ଥିକ ନ୍ୟାୟ ଆଣିବାର ଦାୟିତ୍ୱ ଦେଇଛି । ଆମକୁ ଏହି ଅଧିକାର ପାଇଁ କହିବାକୁ ହେବ । ଭାରତୀୟ ସମ୍ବିଧାନ ନିର୍ମାତା ବାବାସାହେବ ଆମ୍ବେଦକରଙ୍କ ଉଦାହରଣ ଦେଇ ପ୍ରଧାନ ବିଚାରପତି କହିଥିଲେ, ଅସଫଳତା ଏବଂ ବିପରୀତ ପରିସ୍ଥିତିରେ ନିରାଶ ହୁଅନ୍ତୁନି  । ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ଆଇକନ ହେବା ପାଇଁ ସମସ୍ତ କଠିନ ବାଧାକୁ କିପରି ବାବାସାହେବ ପାର କରିଥିଲେ ତାକୁ ଜାଣିବାର ଅଛି । ସମ୍ବିଧାନ ହେଉଛି ସବୁଠୁ ବଡ଼ ଅସ୍ତ୍ର । ଏହାକୁ ମାନି ଅନ୍ୟାୟ ବିରୋଧରେ ସ୍ୱର ଉଠାଇବା ଜରୁରୀ ବୋଲି କହିଛନ୍ତି ଡିୱାଇ ଚନ୍ଦ୍ରଚୂଡ ।