ଲକ୍‌ଡାଉନ୍‌ ବଢ଼ିବା ପରେ ସ୍ଥଗିତ ହେଲା ଆଇଏଏସ୍‌ ପରୀକ୍ଷ: ଆସନ୍ତା ୨୦ରେ ପରବର୍ତ୍ତୀ ନିଷ୍ପତ୍ତି

1 min read

ନୂଆଦିଲ୍ଲୀ: ସ୍ଥଗିତ ହେଲା ୟୁପିଏସସି ପରୀକ୍ଷା । ସିଭିଲ୍ ସର୍ଭିସ ପରୀକ୍ଷା-୨୦୨୦କୁ ସ୍ଥଗିତ ରଖିଲା ୟୁନିୟନ୍‌ ପବ୍ଳିକ୍ ସର୍ଭିସ କମିଶନ । ସାରା ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଅବଧିକୁ ବଢ଼ାଯାଇଛି । ଏହା ପରବର୍ତ୍ତୀ ପରିସ୍ଥିତି ଓ କଟକଣା ସମ୍ପର୍କରେ ସୋମବାର ୟୁନିୟନ୍ ପବ୍ଳିକ୍ ସର୍ଭିସ କମିଶନ ପକ୍ଷରୁ ଅନୁଷ୍ଠିତ ବୈଠକରେ ସମୀକ୍ଷା କରାଯାଇଥିଲା ।

ସ୍ଥିତି ସମୀକ୍ଷା ପରେ ବୈଠକରେ UPSC(ପ୍ରିଲିମିନାରୀ)‌ ପରୀକ୍ଷାକୁ ସ୍ଥଗିତ କରିବା ନେଇ ନିଷ୍ପତ୍ତି ନେଇଛି କମିଶନ । ଆସନ୍ତା ମେ’ ୩୧ ତାରିଖରେ ହେବାକୁ ଥିଲା ସିଭିଲି ସର୍ଭିସ (ପ୍ରଲିମିନାରୀ) ପରୀକ୍ଷା ୨୦୨୦ । ତେବେ ଲକ୍‌ଡାଉନ୍‌ ହଟିବା ପରେ ଆସନ୍ତା ମେ’ ୨୦ ତାରିଖରେ ପୁଣି ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯିବା ସହ ପରୀକ୍ଷା ତାରିଖ ନେଇ ୟୁପିଏସସି ଓ୍ୱେବ୍‌ସାଇଟ୍‌ରେ ସୂଚନା ଦିଆଯିବ ବୋଲି କମିଶନ ପକ୍ଷରୁ ଜାରି ପ୍ରେସ ରିଲିଜ୍‌ରେ ପ୍ରକାଶ । ତାରିଖ ସ୍ଥିତ ହେବା ପରେ ସ୍ଥଗିତି ରଖାଯାଇଥିବା ପରୀକ୍ଷା ଏବଂ ଟେଷ୍ଟ ନେଇ ଅନ୍ୟୁନ ୩୦ ଦିନ ପୂର୍ବରୁ ସୂଚନା ଦିଆଯିବ ବୋଲି କମିଶନ ପକ୍ଷରୁ କୁହାଯାଇଛି ।

Leave a Reply