ଏଣିକ ମୋବାଇଲ୍‌ ଆପ୍‌ରେ ମିଳିବ ବଜେଟ୍‌ ଅପଡେଟ୍‌, ପ୍ରସ୍ତୁତ ହୋଇଛି ଓଡ଼ିଶା ବଜେଟ୍‌ ଆପ୍‌

1 min read

ଭୁବନେଶ୍ୱର: ଆପଣ ରାଜ୍ୟ ବଜେଟ୍‌ ଜାଣିବାକୁ ଚାହୁଁଛନ୍ତି ? ମୋବାଇଲ ଆପ୍‌ରେ ମିଳିବ ରାଜ୍ୟ ବଜେଟର ଅପଡେଟ୍‌ । କାଗଜ ନୁହେଁ, ଏଥର ଆଇପଡରେ ରାଜ୍ୟ ବଜେଟ । ପ୍ରସ୍ତୁତ ହୋଇଛି ଆପ୍‌ ।  ପ୍ରଥମଥର ପାଇଁ ଆଇପଡରେ ବିଧାୟକ ଓ ମନ୍ତ୍ରୀ ଦେଖିବେ ରାଜ୍ୟ ବଜେଟ । ସାଧାରଣ ଜନତା ବି ମୋବାଇଲରେ  ଓଡ଼ିଶା ବଜେଟ ଆପ ଅପଲୋଡ କରି ରାଜ୍ୟ ବଜେଟର ଟିକିନିଖି ଅପଡେଟ ପାଇ ପାରିବେ । ଓଡ଼ିଶା ବିଧାନସଭାକୁ ପେପରଲେସ କରିବା ପାଇଁ ଓ ସଦସ୍ୟମାନଙ୍କୁ ସଂପୂର୍ଣ୍ଣ ଟେକ୍ନୋସେଭି କରିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି ବୋଲି ବାଚସ୍ପତି କହିଛନ୍ତି । ବଜେଟ ଅଧିବେଶନର ବିଧାୟକମାନେ ପଚାରୁଥିବା ପ୍ରଶ୍ନ ଓ ଉତ୍ତର ଏବେ ଅନଲାଇନରେ ଆରମ୍ଭ ହୋଇଥିବା ବାଚସ୍ପତି କହିଛନ୍ତି ।

ବିଧାନସଭାର ଡିଜିଟାଲାଇଜେସନକୁ ବିଧାୟକମାନେ ସ୍ୱାଗତ କରିଛନ୍ତି । ହେଲେ ବିଧାୟକମାନଙ୍କୁ ଏନେଇ ଟ୍ରେନିଂ ଦିଆଯିବା ଦରକାର ବୋଲି ଶାସକ ଓ ବିରୋଧୀ ବିଧାୟକ କହିଛନ୍ତି  । ପ୍ରଥମଥର ଲାଗି ବଜେଟ ଆଇପଡରେ ଦେଖିବାର ବ୍ୟବସ୍ଥା ହୋଇଛି । ଏପରି ବ୍ୟବସ୍ଥା ଦ୍ଵାରା ୫୭ଲକ୍ଷ ପେପରସେଭ୍‌ ହେବା ସହ ୭ଶହ ଗଛକଟାରୁ ବଞ୍ଚିତ ହୋଇପାରିବ ।

୧୮ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ । ପ୍ରଥମଥର ପାଇଁ ବଜେଟ ସଂପୂର୍ଣ୍ଣ ଡିଜିଟାଲାଇଜେସନ ହୋଇଥିବାରୁ ଏହାକୁ  ନେଇ ସବୁ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।

Leave a Reply