ରାଜ୍ୟସଭାରେ ସିଆଇଏସଏଫ ଝଡ଼
1 min read
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସଭାରେ ସିଆଇଏସଏଫ ଝଡ଼। ସିଆଇଏସଏଫ ମୁତୟନ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାଜ୍ୟସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ। ରାଜ୍ୟସଭା ଅଧ୍ୟକ୍ଷଙ୍କ ଚେୟାରର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ଖଡଗେ। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂଙ୍କ ଉଦ୍ଦେଶ୍ୟରେ ଖଡଗେ କହିଛନ୍ତି- ଗୃହକୁ ଆପଣ ନା ଅନ୍ୟ କେହି ଚଳାଉଛନ୍ତି। ଏହି ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ- ଟ୍ରେଜେରୀ ବେଞ୍ଚକୁ ପ୍ରତିରୋଧ କରିବା ଲାଗି କିଛି ସାଂସଦ ବଳ ପ୍ରୟୋଗ କରିଥିବାରୁ ସେମାନଙ୍କୁ ପ୍ରତିହତ କରିବା ସକାଶେ ଗୃହରେ ସିଆଇଏସଫ ମୁତୟନ କରାଯାଇଛି। କେନ୍ଦ୍ରର ଏହି ପଦକ୍ଷେପ ପ୍ରସଙ୍ଗରେ ଖଡଗେଙ୍କ ଟାର୍ଗେଟ ପରେ ରିଜିଜୁ କହିଥିଲେ- ସଂସଦରେ ମତ ଦେବାକୁ କୌଣସି ସାଂସଦଙ୍କ ଉପରେ ରୋକ୍ ଲଗାଯିବ ନାହିଁ। ସଂସଦରେ ନିରାପତ୍ତା ବୃଦ୍ଧି ଲାଗି ସାଂସଦମାନେ ଦାବି କରିଥିବାରୁ ସିଆଇଏସଏଫ ମୁତୟନ କରାଯାଇଥିଲା।