ଦିଲ୍ଲୀ ଆକାଶରେ ଦେଖାଦେଲା ଜଟାୟୁ, ଆଶ୍ଚର୍ଯ୍ୟ ହେଲେ ବିଶେଷଜ୍ଞ

1 min read

ନୂଆଦିଲ୍ଲୀ: ତିନି ଦିନ ପୂର୍ବରୁ ଦିଲ୍ଲୀ ଆକାଶରେ ଦେଖାଗଲା ଜଟାୟୁ  । ଥଣ୍ଡାର ପ୍ରଭାବ ଟିକେ କମ ଥିବାବେଳେ ସୂର୍ଯ୍ୟର ଝାପସା କିରଣରେ ହଠାତ ଆକାଶରେ ଦେଖାଗଲା ଏକ ବିରଳ ପକ୍ଷୀ  । ଭଲଭାବେ ଚଢେଇଟିକୁ ନୀରିକ୍ଷଣ କରିବା ପରେ ଜଣାପଡିଥିଲା ଯେ ଏହା ହେଉଛି ଏକ ବିରଳ ଶାଗୁଣା  । ଦିଲ୍ଲୀ ଏନସିଆରରେ ଅତି କମରେ ତିନି ଦଶକ ପରେ ଦେଖାଦେଇଛି ଶାଗୁଣା  । ଶେଷ ଥର ପାଇଁ ୧୯୬୯ରେ ଏହି ଦୁର୍ଲଭ ପକ୍ଷୀ ଦେଖିବାକୁ ମିଳିଥିଲା  । ପ୍ରାୟ ୫୪ ବର୍ଷ ପରେ ପୁଣି ଥରେ ଦିଲ୍ଲୀ ଆକାଶରେ ସିନେରିଅମ ଶାଗୁଣା ଉଡୁଥିବା ନଜର ଆସିଥିଲା  । ଏହାର ଠିକ ପଛରେ ଏକ ଇଜିପ୍ସିଆନ ଶାଗୁଣା ବି ଉଡୁଥିବା ଦେଖିବାକୁ ମିଳିଥିଲା  । ଏକ ଗୁଡି ଶାଗୁଣା ରାସ୍ତାରେ ବାଧକ ସାଜିବାରୁ ଦୁହେଂ ତଳକୁ ଓହ୍ଲାଇବା ସମୟରେ ଜଣେ ପ୍ରତ୍ୟକ୍ଷଦର୍ଶୀ ଫଟୋ ଉଠାଇ ଦେଇଥିଲେ  ।

 

ବିରଳ ପ୍ରଜାତିର ଏହି ଶାଗୁଣା ସେଣ୍ଟ୍ରାଲ ଏସିଆ ଓ ୟୁରୋପରେ ଦେଖାଯାଇଥାନ୍ତି  । ସବୁବେଳେ ବିପଦର ସାମନା କରୁଥିବା ଏହି ପ୍ରଜାତି ଦୁନିଆର ସବୁଠାରୁ ବଡ ଶିକାରୀ ପକ୍ଷୀ ଭାବେ ଜଣାଶୁଣା  । ସିନେରିଅମ ଶାଗୁଣା ଦୁନିଆର ସବୁଠାରୁ ପୁରୁଣା ଶାଗୁଣା  । ଏହାର ପକ୍ଷୀ ୩ ମିଟର ଲମ୍ବ ହୋଇଥିବାବେଳେ ବାଦାମୀ ରଙ୍ଗର ବଡ ଆଖି ଓ ଥଣ୍ଟ ପାଖରେ ଧଳା ଦାଗ ରହିଥାଏ  । ଉଡିବା ସମୟରେ ଏହା କଳା ରଙ୍ଗର ଦେଖାଯାଇଥାଏ  । ଏଥିପାଇଁ ଏହାକୁ କେହି କେହି କଳା ଶାଗୁମା ବି କହିଥାନ୍ତି  । ଏହି ବିଶାଳକାୟ ପକ୍ଷୀ ରାମାୟମର ଜଟାୟୁ ଭଳି ବି ଦେଖାଯାଇଥାଏ  ।