ଦିଲ୍ଲୀ ଆକାଶରେ ଦେଖାଦେଲା ଜଟାୟୁ, ଆଶ୍ଚର୍ଯ୍ୟ ହେଲେ ବିଶେଷଜ୍ଞ
1 min readନୂଆଦିଲ୍ଲୀ: ତିନି ଦିନ ପୂର୍ବରୁ ଦିଲ୍ଲୀ ଆକାଶରେ ଦେଖାଗଲା ଜଟାୟୁ । ଥଣ୍ଡାର ପ୍ରଭାବ ଟିକେ କମ ଥିବାବେଳେ ସୂର୍ଯ୍ୟର ଝାପସା କିରଣରେ ହଠାତ ଆକାଶରେ ଦେଖାଗଲା ଏକ ବିରଳ ପକ୍ଷୀ । ଭଲଭାବେ ଚଢେଇଟିକୁ ନୀରିକ୍ଷଣ କରିବା ପରେ ଜଣାପଡିଥିଲା ଯେ ଏହା ହେଉଛି ଏକ ବିରଳ ଶାଗୁଣା । ଦିଲ୍ଲୀ ଏନସିଆରରେ ଅତି କମରେ ତିନି ଦଶକ ପରେ ଦେଖାଦେଇଛି ଶାଗୁଣା । ଶେଷ ଥର ପାଇଁ ୧୯୬୯ରେ ଏହି ଦୁର୍ଲଭ ପକ୍ଷୀ ଦେଖିବାକୁ ମିଳିଥିଲା । ପ୍ରାୟ ୫୪ ବର୍ଷ ପରେ ପୁଣି ଥରେ ଦିଲ୍ଲୀ ଆକାଶରେ ସିନେରିଅମ ଶାଗୁଣା ଉଡୁଥିବା ନଜର ଆସିଥିଲା । ଏହାର ଠିକ ପଛରେ ଏକ ଇଜିପ୍ସିଆନ ଶାଗୁଣା ବି ଉଡୁଥିବା ଦେଖିବାକୁ ମିଳିଥିଲା । ଏକ ଗୁଡି ଶାଗୁଣା ରାସ୍ତାରେ ବାଧକ ସାଜିବାରୁ ଦୁହେଂ ତଳକୁ ଓହ୍ଲାଇବା ସମୟରେ ଜଣେ ପ୍ରତ୍ୟକ୍ଷଦର୍ଶୀ ଫଟୋ ଉଠାଇ ଦେଇଥିଲେ ।
ବିରଳ ପ୍ରଜାତିର ଏହି ଶାଗୁଣା ସେଣ୍ଟ୍ରାଲ ଏସିଆ ଓ ୟୁରୋପରେ ଦେଖାଯାଇଥାନ୍ତି । ସବୁବେଳେ ବିପଦର ସାମନା କରୁଥିବା ଏହି ପ୍ରଜାତି ଦୁନିଆର ସବୁଠାରୁ ବଡ ଶିକାରୀ ପକ୍ଷୀ ଭାବେ ଜଣାଶୁଣା । ସିନେରିଅମ ଶାଗୁଣା ଦୁନିଆର ସବୁଠାରୁ ପୁରୁଣା ଶାଗୁଣା । ଏହାର ପକ୍ଷୀ ୩ ମିଟର ଲମ୍ବ ହୋଇଥିବାବେଳେ ବାଦାମୀ ରଙ୍ଗର ବଡ ଆଖି ଓ ଥଣ୍ଟ ପାଖରେ ଧଳା ଦାଗ ରହିଥାଏ । ଉଡିବା ସମୟରେ ଏହା କଳା ରଙ୍ଗର ଦେଖାଯାଇଥାଏ । ଏଥିପାଇଁ ଏହାକୁ କେହି କେହି କଳା ଶାଗୁମା ବି କହିଥାନ୍ତି । ଏହି ବିଶାଳକାୟ ପକ୍ଷୀ ରାମାୟମର ଜଟାୟୁ ଭଳି ବି ଦେଖାଯାଇଥାଏ ।
The curious walk of this Cinereous vulture
pic.twitter.com/CrIJ64KbMm— Science girl (@gunsnrosesgirl3) January 18, 2023