spot_img

Latest Posts

ନିର୍ବାଚନ ପୂର୍ବରୁ ବଢିଲା ସିଗାରେଟ ଓ କଫି ଉତ୍ପାଦନ

ଜାକର୍ତ୍ତା: ଦୁଇଟି କାରଣରୁ ଇଣ୍ଡୋନେସିଆର ନିର୍ବାଚନ ଏବେ ଚର୍ଚ୍ଚାରେ । ଏଠାରେ ନିର୍ବାଚନ ପୂର୍ବରୁ ସିଗାରେଟ ଏବଂ କଫି ବିକ୍ରି ବୃଦ୍ଧି ପାଇଛି। ସେପଟେ ଫେବୃଆରୀ ୧୪ ରେ ସାରା ବିଶ୍ୱ ଭାଲେଣ୍ଟାଇନ୍ ଡେ ପାଳନ କରୁଥିବାବେଳେ ମୁସଲିମ ବହୁଳ ଦେଶ ଇଣ୍ଡୋନେସିଆ ପରବର୍ତ୍ତୀ ସରକାର ବାଛିବା ପାଇଁ ଭୋଟ୍ ଦେବ।

ଆସନ୍ତା ୧୪ ଫେବୃଆରୀରେ ଭୋଟ ଦେବ ଇଣ୍ଡୋନେସିଆ । ଏହା ପୂର୍ବରୁ ଦେଶରେ ସିଗାରେଟ ଚାହିଦା ଏତେ ବୃଦ୍ଧି ପାଇଛି ଯେ କମ୍ପାନୀମାନଙ୍କୁ ସେମାନଙ୍କର ଉତ୍ପାଦନ ବୃଦ୍ଧି କରିବାକୁ ପଡିଛି  । ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ନିର୍ବାଚନ ପୂର୍ବରୁ ଇଣ୍ଡୋନେସିଆର ଅର୍ଥନୀତିରେ ବୃଦ୍ଧି ଘଟିଛି। ଏହା ପଛର କାରଣ ଆସନ୍ତୁ ଜାଣିବା  

ନିର୍ବାଚନ ପୂର୍ବରୁ ପ୍ରଚାର ସମୟରେ ସିଗାରେଟ୍ ଭଳି ଜିନିଷର ଚାହିଦା ବଢିଥାଏ । କାରଣ ସାଧାରଣତଃ ନିର୍ବାଚନ ସମୟରେ ଅନେକ ସଭା ହୁଏ ଏବଂ ବହୁ ସଂଖ୍ୟକ ଲୋକ ଏଥିରେ ଏକାଠି ହୁଅନ୍ତି।  ନିର୍ବାଚନରେ ​​ପ୍ରାର୍ଥୀମାନେ ସେମାନଙ୍କର ଏଜେଣ୍ଡାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ବଡ଼ ସଭା କରନ୍ତି। ଏହିପରି ସଭା ଗୁଡ଼ିକରେ ସାଧାରଣତଃ ଲୋକଙ୍କୁ ସିଗାରେଟ୍ ଏବଂ କଫି ଦିଆଯାଏ । ଇଣ୍ଡୋନେସିଆରେ ଯଦି ଆପଣ ଧୂମପାନ କରନ୍ତି ଏବଂ କଫି ପିଉ ନାହାଁନ୍ତି ତେବେ ଏହା ଆଦୌ ଠିକ୍ ମନେ ହୁଏନାହିଁ  । ୨୦୧୯ ନିର୍ବାଚନରେ ସିଗାରେଟ୍ ଉତ୍ପାଦନ ୨୪.୩୬ ରୁ ପ୍ରାୟ ୨୯.୬ ବିଲିୟନକୁ ବୃଦ୍ଧି ପାଇଛି। ଇଣ୍ଡୋନେସିଆରେ ୫୦ ପ୍ରତିଶତରୁ ଅଧିକ ଯୁବକ ଭୋଟର ଅଛନ୍ତି।

Latest Posts

Don't Miss