spot_img

Latest Posts

ପ୍ରଶ୍ନପତ୍ର ଲିକ ରୋକିବ AI କ୍ୟାମେରା ! ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବହାର କରିବ ଅତ୍ୟାଧୁନିକ ଜ୍ଞାନକୌଶଳ

ପ୍ରଶ୍ନପତ୍ର ଲିକ ରୋକିବ AI କ୍ୟାମେରା ! ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବହାର କରିବ ଅତ୍ୟାଧୁନିକ ଜ୍ଞାନକୌଶଳ । ୨୧୧ଟି ହବରେ ଏହା ନିଜ ଆଡୁ ଲଗାଇବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏଥି ପାଇଁ କଲେଜର ଇଣ୍ଟେର୍ନେଟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ଏହି ଏଆଇ କ୍ୟାମେରା ଗୁଡ଼ିକରେ ଲଗାଯିବ ୧୨୮ ଜିବି ସିମ କାର୍ଡ । ଏଥିପାଇଁ ହବ ଗୁଡ଼ିକୁ ୟୁପିଏସ୍ ପାୱାର ବ୍ୟାକଅପ ବି ଯୋଗାଇ ଦିଆଯିବ । ଆସନ୍ତା ଫେବୃଆରୀ ୯ ସୁଦ୍ଧା ସବୁ ହବରେ ଏଆଇ କ୍ୟାମେରା ଲଗାଇବା ପରେ ୧୦ ତାରିଖରେ ପହଞ୍ଚିବ ପ୍ରଶ୍ନପତ୍ର ।

ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ ଖୋଲିଲା କଣ୍ଟ୍ରୋଲ ରୁମ । ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାକୁ ଏହି କଣ୍ଟ୍ରୋଲ ରୁମରୁ ମନିଟର କରାଯାଇଛି । ପୂର୍ବରୁ କେବଳ ଥିଓରୀ ପରୀକ୍ଷାକୁ କଣ୍ଟ୍ରୋଲ ରୁମରୁ ମନିଟର କରାଯାଉଥିଲା । ଏହା ଦ୍ବାରା ପିଲାମାନଙ୍କ ସମେତ ଏକ୍ସଟରନାଲମାନଙ୍କ ଗତିବିଧି ଉପରେ ବି ନଜର ରଖାଯାଉଛି । କାରଣ ଏକ୍ସଟରନାଲଙ୍କୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା । ପରିଷଦର ପ୍ରଥମ ମହଲା ସମ୍ମିଳନୀ କକ୍ଷରେ ଖୋଲାଯାଇଥିବା ଏହି ରୁମ୍ ପାଇଁ ମୋବାଇଲ୍ ନମ୍ବର ୦୬୭୪-୨୩୦୩୦୦୩ ଜାରି ହୋଇଛି। ପରୀକ୍ଷାର ସମସ୍ତ ପ୍ରକ୍ରିୟା ସୁପରିଚାଳନା ସହ ୨୪ ଘଣ୍ଟିଆ ମନିଟରିଂ ବ୍ୟବସ୍ଥା ହୋଇଛି । ପରୀକ୍ଷା କେନ୍ଦ୍ରର ସିସିଟିଭି କ୍ୟାମେରାକୁ ପରିଷଦ କାର୍ଯ୍ୟାଳୟ ସହ ସଂଯୋଗ କରାଯାଇଛି । ଏହା ଦ୍ବାରା ଅନ୍ଲାଇନ୍ ମାଧ୍ୟମରେ ପରୀକ୍ଷାର ଟିକିନିଖି ଖବର ପରିଷଦ ନିକଟରେ ରହି ପାରିବ । ଯଦି କୌଣସି ପ୍ରକାର ଅସୁବିଧା ଦେଖାଦିଏ ତେବେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏଆଇ ଏକ ପ୍ୟାଟର୍ଣ୍ଣ ବେସଡ଼ କ୍ୟାମେରା । ଏଥିରେ ପୂର୍ବରୁ ଅନେକ ଆପ୍ଲିକେସନ ଫିଡ଼ ହୋଇଥାଏ । ଯଦି ପରୀକ୍ଷା ହବକୁ କେହି ମଣିଷ ପଶିବ, ତାହା ଆଲର୍ଟ କରି ଦେବ । ଜଣେ ଲୋକ ସବୁ ଏଆଇ କ୍ୟାମେରାକୁ ମନିଟର କରି ପାରିବ । କାରଣ ଏହାର ଗତିବିଧି ଗୁଡ଼ିକ ଆଗରୁ ଫିଡ଼ ହୋଇଥିବାରୁ, ଆଲର୍ଟ ସିଗନାଲ ଆସିବ । ସିସିଟିଭି କ୍ୟାମେରା ମନିଟର କରିବାକୁ ଅଧିକ ଲୋକ ଆବଶ୍ୟକ । ହେଲେ ଏଆଇ କ୍ୟାମେରାରେ ଖର୍ଚ୍ଚ ଓ ମାନବ ସମ୍ବଳ କମ ଲାଗିବ ବୋଲି IT ବିଶେଷଜ୍ଞ ମତ ଦେଇଛନ୍ତି । ସେପଟେ ଗତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ର ଓ ହବ ଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯାଇଥିଲା । ଚଳିତ ବର୍ଷ ସାରା ରାଜ୍ୟରେ ୧୩୫୮ଟି ପରୀକ୍ଷା କେନ୍ଦ୍ର ଓ ୭ଟି ଉପକେନ୍ଦ୍ରରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ । ଏଥର ପରୀକ୍ଷା ଦେବାକୁ ୪ ଲକ୍ଷ ୧ ହଜାର ୬୨୩ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲଅପ୍ କରିଛନ୍ତି ।

Latest Posts

Don't Miss