ଆସିଲା +2 ରେଜଲ୍ଟ: ବିଜ୍ଞାନରେ ୯୫.୧୫ ପ୍ରତିଶତ, ବାଣିଜ୍ୟରେ ୯୪.୯୬ ପ୍ରତିଶତ ମାର୍କ
1 min readଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ଫଳ ଘୋଷଣା କରିଛନ୍ତି । ବିଜ୍ଞାନରେ ଚଳିତବର୍ଷ ୯୫.୧୫ ପ୍ରତିଶତ ରେଜଲ୍ଟ ହୋଇଛି । ସେହିପରି ବାଣିଜ୍ୟରେ ମଧ୍ୟ ୯୪.୯୩ ପ୍ରତିଶତ ମାର୍କ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ଚଳିତବର୍ଷ ବିଜ୍ଞାନରେ ମୋଟ ୮୯ ହଜାର ୯୫୧ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ଏଥି ମଧ୍ୟରୁ ୫୦୧୯୮ ଜଣ ଛାତ୍ର ରହିଥିବାବେଳେ ୩୯୭୫୩ ଜଣ ଛାତ୍ରୀ ରହିଛନ୍ତି । ସେହିପରି ସମୁଦାୟ ୫୫୪୬୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦ୍ୱିତାୟ ଶ୍ରେଣୀରେ ୧୬, ୯୪୩ ରହିଥିବାବେଳେ ତୃତୀୟ ଶ୍ରେଣୀରେ ୧୪ ୬୩୧ ରହିଛନ୍ତି । ବିଜ୍ଞାନରେ ରେଗୁଲାର ପାସ ହାର ରହିଛି ୯୯.୮୮, ଏକ୍ସ ରେଗୁଲାର ପାସହାର ୭୧.୨୭ ରହିଛି ।
ଅନ୍ୟପଟେ ବାଣିଜ୍ୟରେ ସମୁଦାୟ ୨୩ ହଜାର ୨୯୨ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ନେଇ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ବାଣିଜ୍ୟରେ ପ୍ରଥମ ଶ୍ରେଣିରେ ପାସ କରିଛନ୍ତି ୮ ହଜାର ୩୫୫ ଜଣ, ଦ୍ୱିତାୟ ଶ୍ରେଣିରେ ପାସ କରିଛନ୍ତି ୫ ହଜାର ୬୯୨ ଜଣ ଏବଂ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି ୯ ହଜାର ୬୬ ଜଣ । ଚଳିତବର୍ଷ +2 ପାଇଁ ଫର୍ମଫିଲାପ କରିଥିଲେ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ । 55 ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ପାଇଁ ଫର୍ମଫିଲାପ କରିଥିଲେ । ଉଭୟ ବିଷୟରେ 12,3,508 ଜଣ ପରୀକ୍ଷାର୍ଥୀ ରହିଛନ୍ତି ।
ରାତି ୮ଟାରେ chseodisha.nic.in ଏବଂ orissaresults.nicରେ ରେଜଲ୍ଟ ଦେଖିପାରିବେ ପିଲା । କରୋନା ପାଇଁ ଏଥର ପରୀକ୍ଷା ହୋଇନଥିବା ବେଳେ ପୂର୍ବ ପରୀକ୍ଷା ଆଧାରରେ ପରୀକ୍ଷା ଫଳ ଘୋଷଣା କରାଯାଇଛି । ସେପଟେ ପରୀକ୍ଷା ଫଳରେ ସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ । ତେବେ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ପରବର୍ତ୍ତି ପର୍ଯ୍ୟାୟରେ ପ୍ରକାଶ ପାଇବ ବୋଲି ଶିକ୍ଷା ବିଭାଗ ତରଫରୁ ଘୋଷଣା କରାଯାଇଛି ।